।। ସୁନାବେଡା ଓ ଶୋସେଙ୍ଗ ପଞ୍ଚାୟତ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।।
ସୁନାବେଡ଼ା ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଥିବା କୋମନା ବ୍ଲକର ଦୁଇଟି ପଂଚାୟତ ସୁନାବେଡା ଓ ଶୋସେଙ୍ଗ ପଞ୍ଚାୟତ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଦାରିଦ୍ର୍ୟ ଉନ୍ମୋଲନ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଅଭିନବ ପ୍ରୟାସ ଅଟେ । ଏହି କାର୍ଯକ୍ରମ ରେ ସ୍ବାସ୍ଥ୍ୟ ବିଭାଗ, ଶିଶୁ ମହିଳା କଲ୍ୟାଣ ବିଭାଗ, ବ୍ଲକ ଅଧିକାରୀ, ବିଭିନ୍ନ ବ୍ୟାଙ୍କ୍ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ, ଶକ୍ତି ମିଶନ, ରାଜସ୍ବ ବିଭାଗ, ପ୍ରାଣିଧନ ବିଭାଗ , ଶିକ୍ଷା ବିଭାଗ ଓ ଅନ୍ୟାନ୍ୟ ଅନେଗୁଡ଼ିଏ ବିଭାଗର ଅଧିକାରୀ ମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରା ର ସଭା ରେ ଉପସ୍ଥିତ ରହି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଓ ତାର ଉପାଦେୟତା ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି । ପ୍ରଧାମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା, ବିଶ୍ଵକର୍ମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଲ ପେନସନ ଯୋଜନା, ଜନ୍ ଧନ୍ ଆକାଉଣ୍ଟ ଯୋଜନା, ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ଙ୍କ ଆର୍ଥିକ ଉନ୍ନତି ବିଷୟରେ ବୁଝାଇଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0