ସିନାପାଲି ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l ନୂଆପଡା ରେ ଆରମ୍ଭ ହେବ" ବିଧବା ସହାୟତା ଯୋଜନା "- ଜିଲ୍ଲାପାଳ

Dec 29, 2025 - 21:41
 0  14
ସିନାପାଲି ବ୍ଲକରେ ଜିଲ୍ଲାପାଳଙ୍କ  ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l  ନୂଆପଡା ରେ ଆରମ୍ଭ ହେବ" ବିଧବା ସହାୟତା ଯୋଜନା "- ଜିଲ୍ଲାପାଳ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ କେନ୍ଦୁପତ୍ର ଏ ମାଧବୀ ଲତା, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଧନେଶ୍ଵର ସେଠୀ, ଉପଖଣ୍ଡ ପୋଲିସ ଅଧିକାରୀ, ଖରିଆର ଉପେନ୍ଦ୍ର ପ୍ରଧାନ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମୀନା ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ଧାନ ଅଧିଗ୍ରହଣ, ବାର୍ଦ୍ଧକ୍ୟ ଭତ୍ତା, ଖାଉଟି ସାମଗ୍ରୀ ବଣ୍ଟନ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ମୋଟ ୭୮ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ । ଏହି ସବୁ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ, ଜିଲ୍ଲାପାଳ ରେଡ୍ କ୍ରସ ପାଣ୍ଠି ରୁ ଅସହାୟଙ୍କୁ ସହାୟତା ପ୍ରଦାନ କରିଥିଲେ। ଭାରତୀୟ ମଜଦୂର୍ ସଂଘ, ନୂଆପଡ଼ା ଶାଖାର ସଭାପତି ପ୍ରଦୀପ କୁମାର ଦଣ୍ଡସେନା ଏବଂ ଅନ୍ୟ ସଦସ୍ୟ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ସମସ୍ତ ସମସ୍ୟାର ତ୍ଵରିତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ, ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାରେ ବିଧବା ମହିଳାଙ୍କ ସହାୟତା ପାଇଁ ଏକ ଅଭିନବ ଯୋଜନା 'ବିଧବା ସହାୟତା ଯୋଜନା' ଆରମ୍ଭ ହେବ ବୋଲି କହିଛନ୍ତି।ବ୍ଲକ ଉନ୍ନୟନ ଅଧିକାରୀ ସିନାପାଲି, କାର୍ମି ଓରାମ, ଅତିରିକ୍ତ ତହିଲଦାର ମନୋରଞ୍ଜନ କେରକେଟା, ଡେପୁଟୀ କଲେକ୍ଟର ଶେଖ୍ ନସିମ, ଚିନ୍ମୟ ସାଗର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ