।। ସିଏସପି ପ୍ଲସ ମାନ୍ୟତା ଦେବାକୁ ନେଇ ଜ଼ିଲ୍ଲାପାଳ ଅଫିସ ଘେରାଉ କଲା ସିଏସପି କର୍ମଚାରୀ ସଙ୍ଘ ।।

Aug 30, 2023 - 11:57
 0  31
।। ସିଏସପି ପ୍ଲସ ମାନ୍ୟତା ଦେବାକୁ ନେଇ ଜ଼ିଲ୍ଲାପାଳ ଅଫିସ ଘେରାଉ କଲା ସିଏସପି କର୍ମଚାରୀ ସଙ୍ଘ ।।

ନୂଆପଡା ଜ଼ିଲ୍ଲା ପୁରୁଣା ଗ୍ରାହକ ସେବା କେନ୍ଦ୍ର (ସିଏସପି)କୁ ସିଏସପି ପ୍ଲସ ମାନ୍ୟତା ଦେବାକୁ ଦାବି ଜୋର ଧରିଛି l ଆଜି ଜ଼ିଲ୍ଲା ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ସଙ୍ଘ ତରଫରୁ ଜ଼ିଲ୍ଲାପାଳ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

ଗତ 10 ବର୍ଷ ହେବ ସରକାରଙ୍କ ଜନହିତକର କାର୍ଯ୍ୟକୁ ସୁ-ସମ୍ପାଦନ ପାଇଁ ଜ଼ିଲ୍ଲାର ସମସ୍ତ ପଞ୍ଚାୟତରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇଛି l ବ୍ୟାଙ୍କରେ ଭିଡ ରହିଥିବାରୁ ଗ୍ରାହକମାନେ ସିଏସପିରୁ ଟଙ୍କା ଦେଣନେଣ କାରବାର କରୁଛନ୍ତି l ଏହି ସିଏସପି ଜରିଆରେ ସରକାରଙ୍କ ବିଭିନ୍ନ ଯୋଜନାରେ ପାଉଣା ହିତାଧିକାରୀଙ୍କୁ ଦିଆଯାଉଛି l

ଏବେ ସରକାର ପଞ୍ଚାୟତ ସ୍ତରରେ ସିଏସପି ପ୍ଲସ କୋଳିବାକୁ ଯୋଜନା କରିଛନ୍ତି l ଏହି ସିଏସପି ପ୍ଲସ ପଞ୍ଚାୟତ କାର୍ଯ୍ୟଳୟରେ କୋଲାଯିବ l ଏଥିରେ ଅଫିସ ଓ ଆବଶ୍ୟକ ସାମଗ୍ରୀ ପାଇଁ 5 ଲକ୍ଷଟଙ୍କାର ଅନୁଦାନ ଦେବା ସହ ନୂତନ କର୍ମଚାରୀ ନିଯୁକ୍ତି କରି ଦରମା ଦେବାକୁ ଯୋଜନା ହୋଇଛି l ଏହାକୁ ସିଏସପି କର୍ମଚାରୀ ବିରୋଧ କରିଛନ୍ତି l ଆଜି ସ୍ଥାନୀୟ ପୋଲିସ ପଡିଆ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପରେ ଶତାଧିକ ସିଏସପି କର୍ମଚାରୀ ଏକତ୍ରିତ ହୋଇଥିଲେ l ସେଠାରୁ ଏକ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରି ଜ଼ିଲ୍ଲପାଳ ଅଫିସ ଘେରାଉ କରିଥିଲେ l ବିଗତ 10 ବର୍ଷ ଧରି ସ୍ୱଳ୍ପ କମିସନରେ ଗ୍ରାହକଙ୍କୁ ନିରନ୍ତର ସେବା ଦେଇଛନ୍ତି ଏବେ ପଞ୍ଚାୟତ ସ୍ତରରେ ସିଏସପି ପ୍ଲସ ଖୋଲିବାକୁ ଯୋଜନା କରୁଛନ୍ତି l

ଏଥିରେ ପୁରୁଣା ସିଏସପି କର୍ମଚାରୀ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି l ଆଗକୁ ସିଏସପି ପ୍ଲସ ମାନ୍ୟତା ଦେଲେ ସରକାରଙ୍କ ସମମସ୍ତ ନିୟମ କାନୁନ ପାଳନ କରି ଗ୍ରାହକଙ୍କୁ ସୁରୁଖୁରୁରେ ସେବା ଯୋଗାଇ ପାରିବୁ ବୋଲି ଅନୁରୋଧ କରିଛନ୍ତି l ଏଣୁ ପୁରୁଣା ସିଏସପି କୁ ନୂତନ ସିଏସପି ପ୍ଲସ ମାନ୍ୟତା ଦେବାକୁ ଦାବି କରିଛନ୍ତି l ଏନେଇ ଜ଼ିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜ଼ିଲ୍ଲାପାଳ ସୁବାଶଚନ୍ଦ୍ର ରଏତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଜ଼ିଲ୍ଲା ସଭାପତି ଅନିରୁଦ୍ଧ ସାହୁ, ଉପସଭାପତି ଟିକେଶ୍ବରୀନାଥ ଠାକୁର, ସମ୍ପାଦକ ସନତ ରାଉତ,ସହ ସମ୍ପାଦକ ଦିଲୀପ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ୍ ଦିଲେଶ୍ଵର ତାଣ୍ଡି, ମିଡ଼ିଆ ସଂଯୋଜକ ବିଶ୍ଵନାଥ ମାଝୀ, ଭରତ ମେହେର, ମହିଳା ପ୍ରତିନିଧି କୁସୁମ ସାହୁ, ଉପଦେଷ୍ଠା ତ୍ରିନାଥ ରଣା, ଅନନ୍ତ ପଣ୍ଡା, ମେନେକା ସାହୁ, ରାଜେନ୍ଦ୍ର ଗୌଡ଼ ପ୍ରମୁଖ ଏହି ଘେରାଉରେ ସାମିଲ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ