ସାଲେଭଟା ଉପ୍ରା ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ

Dec 22, 2024 - 18:55
 0  16
ସାଲେଭଟା ଉପ୍ରା ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ

ନୂଆପଡା : ଜିଲ୍ଲା ମହକୁମା ସ୍ଥିତ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୮ ସାଲେଭଟା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୂଆପଡା ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ଭାଇ ଢୋଲକିଆ, ମୁଖ୍ୟ ବକ୍ତା ଭାବରେ ସିଟି ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଅମିଲାଲ ଶବର, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ସଭାପତି ଲିଲେଶ୍ୱରୀ ମାଝୀ ଏବଂ ଘନଶ୍ୟାମ ଭୋଇ ସଭାରେ ଯୋଗଦାନ କରି ଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାନ ପ୍ରଧାନ ଏବଂ ଶିକ୍ଷୟିତ୍ରୀ ରାଜେଶ୍ୱରୀ ପାଢ଼ୀ, କ୍ରିଷ୍ଣା ନନ୍ଦ, ସସ୍ମିତା ଗଡ଼ନାୟକ, ସରସ୍ବତୀ ଶବର, ରେଣୁବାଳା ସାମଲ, ମଧୁସ୍ମିତା ବାରିକ ଏବଂ ପୂର୍ବତନ ଏ ଆଇ ଏଫ୍ ଶିକ୍ଷକ ଅନିଲ ତାଣ୍ଡି ସମସ୍ତେ ଏକତ୍ରିତ ହୋଇ ବିଦ୍ୟାଳୟରେ ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା କରାଇ ଥିଲେ l ମୁଖ୍ୟ ଅତିଥିଙ୍କ ହସ୍ତରେ ସମସ୍ତ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଗଲା l ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଏହାକୁ ଅନିଲ ତାଣ୍ଡି ପରିଚାଳନା କରିଥିଲେ। ସଦର ସିଆରସିସି ଶ୍ରୀ ଜୀତେନ୍ଦ୍ର ଖମାରୀ ଉକ୍ତ କାର୍ଯକ୍ରମକୁ ଭୂରି ଭୂରି ପ୍ରସଂଶା କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ ସାନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ