ସାମ୍ୱାଦିକଙ୍କ ଵିରୁଦ୍ଧରେ ମିଥ୍ୟା ଆରୋପ: ଓୟୁଜେ ସଂଘର ବୈଠକ

amasarkar.com ଅନ୍ତର୍ଜାତୀୟ ଜାତୀୟ ରାଜ୍ୟ ରାଜନୀତି ଅପରାଧ ଅନ୍ତରୀକ୍ଷ ଅର୍ଥନୀତି ମନୋରଞ୍ଜନ ଖେଳ ବିଜ୍ଞାନ ସ୍ୱାସ୍ଥ୍ୟ ସଂସ୍କୃତି Home ଆଞ୍ଚଳିକ ସାମ୍ୱାଦିକଙ୍କ ଵିରୁଦ୍ଧରେ ମିଥ୍ୟା ଆରୋପ: ଓୟୁଜେ ସଂଘର ବୈଠକ Ankita Lenka by Ankita Lenka September 23, 2024 ସାମ୍ୱାଦିକଙ୍କ ଵିରୁଦ୍ଧରେ ମିଥ୍ୟା ଆରୋପ: ଓୟୁଜେ ସଂଘର ବୈଠକ ଲକ୍ଷ୍ମୀପୁର: ଗତ କିଛି ଦିନ ତଳେ କୋରାପୁଟର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏହି ଅଙ୍ଗନବାଡି କେନ୍ଦ୍ରଟି କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର କେନ୍ଦୁୱାଡା ଅଙ୍ଗନବାଡ଼ି କେନ୍ଦ୍ର ହୋଇଥିବା ବେଳେ ଏହାର ଅନିୟମିତତା ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ କରିଥିଲେ। ଏନେଇ ଖବର ପ୍ରସାରିତ ହେବା ପରେ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୋରାପୁଟ ଉପଜିଲାପାଳ ବେଣୁଧର ଶବର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉକ୍ତ କେନ୍ଦ୍ର ଦାୟିତ୍ଵରେ ଥିବା କର୍ମୀ ଜଣଙ୍କ ଲକ୍ଷ୍ମୀପୁର ଥାନାରେ ସାମ୍ବାଦିକ ଶରତ ନାୟକ, ପରମେଶ୍ୱର ସାହୁ ଓ ପାତ୍ର ପିଲେଣ୍ଟି ଅସଦାଚରଣ କରୁଥିବା ନେଇ ମିଥ୍ୟା ମାମଲା ରୁଜୁ କରିଥିଲେ। ତେବେ ଏହି ଘଟଣାକୁ ନେଇ ଓୟୁଜେ ସଂଘର ସଭାପତି ପ୍ରସନ୍ନ ମହାନ୍ତି ନିନ୍ଦା କରିବା ସହିତ କର୍ତ୍ତବ୍ୟ ରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କଣ୍ଠରୋଧ ପାଇଁ ଏହା ଏକ ହୀନ ଉଦ୍ଯମ ବୋଲି କହିଛନ୍ତି। ମାମଲା ପ୍ରତ୍ୟାହାର କରାଯିବା ସହ ମିଥ୍ୟା ମାମଲା ଦେଇଥିବା ଅଙ୍ଗନବାଡି କର୍ମୀ ଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଲକ୍ଷ୍ମୀପୁର ଡାକ ବଙ୍ଗଳାରେ ଉକ୍ତ ସାମ୍ୱାଦିକଙ୍କ ଵିରୁଦ୍ଧରେ ମିଥ୍ୟା ମକଦ୍ଦମା ସମ୍ପର୍କରେ ଜିଲ୍ଲା ସଭାପତି ଦିଲିପ ମହାନ୍ତିଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥଲା। ଏହି ବୈଠକରେ ରାଜ୍ୟ ସାଂଗଠାନିକ ସଂପାଦକ ମନୋଜ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶଶଧର ରାଉତ, ସହ ଯୁଗ୍ମ ସଂପାଦକ ଶରତ ଧଳଙ୍କ ସମେତ ବହୁ ସଂଖ୍ୟାରେ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ଆଲୋଚନା ଫଳ ପ୍ରଦ ହେବା ସହ ପୋଲିସ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଏ ବାବଦରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯଦି ଆଗକୁ ସାମ୍ୱାଦିକ ମାନଙ୍କ ବିରୋଧରେ ଜିଲ୍ଲାରେ ମିଥ୍ୟା ଆରୋପ ଓ ମକଦ୍ଦମା ହୁଏ ତେବେ ଆଗାମୀ ଦିନରେ କଡ଼ା ମୁକାବିଲା ହେବ ବୋଲି ସଙ୍ଘ ଚେତାବନୀ ଦେଇଛି। ଅପରପକ୍ଷେ ଉକ୍ତ କର୍ମୀଙ୍କ ବିରୋଧରେ ସାମ୍ବାଦିକ ମାନେ ମଧ୍ୟ ଏକ ମାମଲା ଦେଇଥିବା ଜଣା ପଡ଼ିଛି ।
What's Your Reaction?






