।। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କାକୁ ବୃଦ୍ଧି କରିବାକୁ "ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି " ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ।।

Nov 14, 2024 - 12:16
 0  9
।। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କାକୁ ବୃଦ୍ଧି କରିବାକୁ "ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି " ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ।।

ଯେଉଁ ଭଳି ଦେଶରେ ଦରଦାମ୍ ବୃଦ୍ଧି ଆକାଶଛୁଆଁ ଏବଂ ବଞ୍ଚିବାର ଶୈଳି ପରିବର୍ତ୍ତନ ହେଲାଣି ନବୀନ ସରକାର ସମୟରେ ବଢିଥିବା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଭତ୍ତା ମାସିକ ୧୦୦୦ରୁ ୧୪୦୦ଟଙ୍କାରେ ଜଣେ ବଞ୍ଚିବା କଷ୍ଟକର। ତେଣୁ ମୋହନ ସରକାର ଆସିବା ପୁର୍ବରୁ ନିର୍ବାଚନ ସମୟରେ ଭତ୍ତା ୩୦୦୦ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲା ଓ ଘୋଷଣା ମଧ୍ଯ କରିଥିଲା । ଯେଉଁଥି ପାଇଁ ଓଡିଶାର ଗରିବ ଓ ଅସହାୟ ବୁଢାବୁଢୀ, ବିଧବା, ଅବିବାହିତା ଏବଂ ଭିନ୍ନକ୍ଷମ ଭାଇଭଉଣୀମାନେ ଟିକିଏ ଖୁସିରେ ବଞିବା ଆଶାରେ ଭୋଟ ଦେଇ ଓଡିଶାରେ ବିଜେପି ସରକାର ଆସିଲା । ଗତ ଜୁଲାଇ ୨୫ତାରିଖରେ ହୋଇଥିବା ଚଳିତ ବର୍ଷ ପାଇଁ ବଜେଟ୍ ରେ ବିଭିନ୍ନ ଯୋଜନାମାନ ଘୋଷଣା କରିବା ସହ କେବଳ ୮୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଏବଂ ୮୦% ଭିନ୍ନକ୍ଷମମାନଙ୍କୁ ୩୫୦୦ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଉପସ୍ଥାପନ କଲେ। କିନ୍ତୁ ଘୋଷଣାଟି ଘୋଷଣାରେ ରହିଗଲା। ହେଲେ ବାକି ୬୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ, ବିଧବା, ଅବିବାହିତା ଓ ୪୦% ଉର୍ଦ୍ଧ୍ବ ଭିନ୍ନକ୍ଷମ ୪୯ଲକ୍ଷ ହିତାଧିକାରୀ ନିରାଶ ଓ ଅସନ୍ତୋଷ ବ୍ଯକ୍ତ କଲେ । ପୁଣି ରାଜ୍ଯ ସରକାର ଗତ ଅକ୍ଟୋବର ୨୧ ତାରିଖରେ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୩% ବଢାଇ ପୂଜା ଭେଟି ଦେଇଥିବା ବେଳେ ଗରିବ ଓ ଅସହାୟମାନଙ୍କ ପାଇଁ କିଛି ନାହିଁ। ଯେଉଁ ଦେଶରେ 80% ଲୋକ ଗରିବ ତାଙ୍କ ପାଇଁ ସରକାର ଙ୍କ ପାଖରେ କିଛି ଆଖିଦୃଶିଆ ଯୋଜନା ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଆର୍ଥିକ ଅସମାନତା ଭବିଷ୍ୟତରେ ଏକ ବିରାଟ ଆନ୍ଦୋଳନ କୁ ଜନ୍ମ ଦେବ ବୋଲି ମତ ପ୍ରକାଶ ପାଇଛି lମୋହନ ସରକାର ନଭେମ୍ବର ୧୨ ତାରିଖକୁ ୫ମାସ ପୁରିଗଲା ଭିତରେ କେତେ ଯେ ସଂସାର ଉଜୁଡ଼ି ଛାରଖାର ହୋଇସାରିଲାଣି। ହେଲେ ବି ହିତାଧିକାରୀମାନେ ଆଶା ଧରି ଚାତକ ଭଳି ଚାହିଁ ବସିଛନ୍ତି, କେବେ ସରକାର ନିର୍ବାଚନ ପ୍ରତିଶୃତି ରକ୍ଷା କରିବେ? ଯେହେତୁ "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନ ଭତ୍ତା ବୃଦ୍ଧି କରିବା ପାଇଁ ନବୀନ ସରକାର ସମୟରେ ଗତ ଫେବୃଆରୀ ୨ତାରିଖରେ ଭତ୍ତା ଆନ୍ଦୋଳନ କରିଥିଲେ, ଏବେ ପୁଣିଥରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ସଂଗଠନର ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ସଦସ୍ଯମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ଆସନ୍ତା ୨୬ତାରିଖରେ ହେବାକୁ ଥିବା ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ରେ ଭତ୍ତା (୩୦୦୦-୩୫୦୦) ଟଙ୍କା ସାମିଲ କରିବା ପାଇଁ ଅନୁରୋଧ କରଛନ୍ତି। ଯଦି ସରକାର ନିର୍ବାଚନ ପ୍ରତିଶୃତି କାର୍ଯକାରୀ ନ କରନ୍ତି ତାହେଲେ ଆମ ସଂଗଠନ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାବ୍ୟାପି ଆନ୍ଦୋଳନ କରିବ ବୋଲି ସଭାପତି ସୁରେଶ ସଂଗ୍ରାମ କହିଛନ୍ତି। ଦାବି ପତ୍ର ଦେବା ସମୟରେ ନାରୀ ନେତ୍ରୀ କବିତା ରାଉତ, ନିରୋଦ କୁମାର ରାଉତ, ଅବଦୁଲ ଅଜିଜ୍ ଖାନ୍, କ୍ରୁଷକ ନେତା ଲିଙ୍ଗରାଜ ପ୍ରଧାନ, ଏଡଭୋକେଟ୍ କ୍ଷିରୋଦ ନାଗ, ବିଶ୍ୱନାଥ ବାଗ, ସଞ୍ଜୟ ମେହେର, ବିକାଶ ରଞ୍ଜନ ପ୍ରଧାନ, ସସ୍ମିତା ସିଂ, ମନୋରଞ୍ଜନ ରାୟ, ମଧୁଲାଲ ନାଏକ, ପଞ୍ଚୁ ସାହୁ, ଦମୟନ୍ତୀ ମାଝୀ, ପୁଷ୍ପା ବାଗ, ହେମନ୍ତ ଦୂର୍ଗା, ସିନ୍ଧୁ ମାଝୀ, ଦିପାନ୍ତୀ ମାଝୀ, ପୁଷ୍ପାଞ୍ଜଳି ଚଣ୍ଡି, ଜାନକୀ ଜାଲ, ଯଶୋଦା ଶବର, ପ୍ରମୁଖ ସାମିଲ ଥିଲେ। " ମୁଇ କଳାହାଣ୍ଡିଆ ଫର କଳାହାଣ୍ଡି " ର ଏହି ଦାବିକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିବା ବେଳେ ଭତ୍ତା ବୃଦ୍ଧି ନହେଲେ ଆଗାମୀ ଦିନରେ ବିଜେପି ପାଇଁ ତାର ଘୋଷଣା ପତ୍ର ବୁମେରାଙ୍ଗ ହୋଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ