।। ସାତ ବର୍ଷ ପରେ ସ୍ବପ୍ନ ହେଲା ସାକାର ।।

Dec 12, 2023 - 18:28
 0  18
।। ସାତ ବର୍ଷ ପରେ ସ୍ବପ୍ନ ହେଲା ସାକାର ।।

ଜିଲ୍ଲା ବଲାଙ୍ଗୀର,, ଟିଟିଲାଗଡ଼ ବ୍ଲକ କତରକେଲା ଗ୍ରାମ ଠାରେ ନୂତନ ଗ୍ରାମ ପଞ୍ଚାୟତ ଗ୍ରୃହ ଉଦଘାଟନ ହୋଇ ଯାଇଅଛି। ମୁଖ୍ୟ ଅତିଥି ମାନ୍ୟବର ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ପ୍ରଦୀପ ପ୍ରଜ୍ବଳନ କରି ନୂତନ ଗ୍ରାମ ପଞ୍ଚାୟତ ଗୃହ ଲୋକାର୍ପଣ କରିଥିଲେ। ଏହି ଗ୍ରାମ ପଞ୍ଚାୟତ ପୂର୍ବରୁ ବାନ୍ଦୁପଲା ଗ୍ରାମ ପଞ୍ଚାୟତରେ ଥିଲା। କିନ୍ତୁ ପଞ୍ଚାୟତ ବିଭାଜନ ପରେ ନୂତନ ପଞ୍ଚାୟତ ୪ରି ଗୋଟି ଗ୍ରାମକୁ ନେଇ ଗଠିତ ହୋଇଥିଲା, ସେହି ଗ୍ରାମଗୁଡିକ ହେଲା (୧) କତରକେଲା (୨) ଲଇତରା (3) କୁମୁଡି ପଦର (୪) ପେଣ୍ଟରାପଦର। ପଞ୍ଚାୟତ ଗୃହ ନଥିବାରୁ ସରପଞ୍ଚ ଓ ମେମ୍ବର ମାନେ ବରଗଛ ତଳେ ମିଟିଙ୍ଗ କରୁଥିଲେ।ବର୍ତ୍ତମନ ପଞ୍ଚାୟତ ଗୃହ ଲେ।କାର୍ପଣ ହେବାରୁ ସମସ୍ତେ ବହୁତ ଖୁସି ଅନୁଭବ କରିଛନ୍ତି। କତରକେଲା ଗ୍ରାମ ପଞ୍ଚାୟତ ଗୃହ ସମ୍ମୁଖରେ ଏକ ସଭାର ଆୟେଜନ କରାଯାଇ ଥିଲା। ଉକ୍ତ ସଭାରେ କତରକେଲା ଗ୍ରାମ ପଞ୍ଚାୟତ ର ୪ରି ଗୋଟି ଗ୍ରାମ ରୁ ଶହଶହ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଶ୍ରୀମତୀ ସଂଯୁକ୍ତା ନାଏକ (ଅଧ୍ୟକ୍ଷା ପଞ୍ଚାୟତ ସମିତି ଟିଟିଲାଗଡ଼) ଶ୍ରୀ ସୁଶାନ୍ତ କୁମାର ରଣା (ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିଟିଲାଗଡ଼) ଶ୍ରୀମତୀ ଗୀତା ବିସି (ଜିଲ୍ଲା ପରିଷଦ ସଦସ୍ୟ ଜୋ,ନଂ,-୭) ଶ୍ରୀ ରୂପଧର ଘିଭେଲା (ସରପଞ୍ଚ କତରକେଲା) ନାଏବ ସରପଞ୍ଚ୍ଚ ଶ୍ରୀ ମତି ତରୁନି ଭରାସାଗର ଶ୍ରୀ ବିରେନ୍ଦ୍ର କୁମାର କହ୍ନେର, (ପଞ୍ଚାୟତ ନିର୍ବାହୀ ଅଧିକାରୀ କତରକେଲା) ଉକ୍ତ ସଭାରେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ବିରେନ୍ଦ୍ର କୁମାର କହ୍ନେର।

ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ