।। ସହିଦଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ପ୍ରତିବାଦ ସଭା, ଘଟଣାସ୍ଥଳରେ ପଶ୍ଚିମବଙ୍ଗର ରାଷ୍ଟ୍ରମନ୍ତ୍ରୀ ।।

Oct 17, 2024 - 21:31
 0  13
।। ସହିଦଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ  ପ୍ରତିବାଦ ସଭା, ଘଟଣାସ୍ଥଳରେ ପଶ୍ଚିମବଙ୍ଗର ରାଷ୍ଟ୍ରମନ୍ତ୍ରୀ ।।

ପାଟଣା : ଇତିହାସ ପ୍ରସିଦ୍ଧ ଚୁହାଳ ବିଦ୍ରୋହର ମହାନାୟକ ତଥା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁନାଥ ମାହାତୋଙ୍କ ପାଟଣା ବ୍ଲକର ଧାନବେଣି ବୈତରଣୀ ତଟସ୍ଥିତ ପ୍ରତିମୂର୍ତ୍ତିକୁ କୌଣସି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଖବର ପାଇ ଆଦିବାସୀ କୁଡୁମି ସମାଜର କର୍ମକର୍ତ୍ତା ଏହାର ପ୍ରତିବାଦ ସଭା ଆଜି ଆୟୋଜନ କରିଥିଲେ। ଏହି ପ୍ରତିବାଦ ସଭାରେ ରାଜ୍ୟ ସଭାପତି ଲକ୍ଷ୍ମୀଧର ମହାନ୍ତ, କେନ୍ଦ୍ରୀୟ କମିଟିର ସଦସ୍ୟ ପ୍ରତାପ ଚନ୍ଦ୍ର ମହାନ୍ତ, ସହ ସମ୍ପାଦକ ପ୍ରଭାତ ରଞ୍ଜନ ମହାନ୍ତ, ଓଡିଶା ଆଦିବାସୀ କୁଡୁମି ସମାଜର ସଭାପତି ନବୀନ କିଶୋର ମହାନ୍ତ ପ୍ରମୁଖ ସଭାରେ ଯୋଗ ଦେଇଥିଲେ। ଶତାଧିକ କର୍ମକର୍ତ୍ତା ଏହି ସଭାରେ ଯୋଗ ଦେଇଥିଲେ। ସଭାରେ ଏହି ଘଟଣାର ଘୋର ନିନ୍ଦା କରାଯାଇଥିଲା ରଘୁନାଥ ମାହାତୋ ସ୍ମୃତି କମିଟିର ସମ୍ପାଦକ ସୁକାନ୍ତ କୁମାର ମହାନ୍ତ ପାଟଣା ଥାନାରେ ଏନେଇ ଅଭିଯୋଗ ଦାଖଲ କରିଛନ୍ତି। ଥାନା ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଖବର ପାଇ ପଶ୍ଚିମବଙ୍ଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ମାହାତୋ ଘଟଣା ସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି। ଶ୍ରୀ ମାହାତୋ କେନ୍ଦୁଝର ଏସପି ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ଦେଇଛନ୍ତି। କେନ୍ଦୁଝର ଓ ମୟୁରଭଞ୍ଜ ର ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବାର ଜଣାଯାଇଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ