ସର୍ବଭାରତୀୟ ଟି - ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ (କୋଲକାତା ଚମ୍ପିୟାନ)

Dec 14, 2025 - 19:53
 0  14
ସର୍ବଭାରତୀୟ ଟି - ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ (କୋଲକାତା ଚମ୍ପିୟାନ)

ବାରିପଦା - ତା :- ୧୪/୧୨/୨୦୨୫ ରିଖ ସ୍ଥାନୀୟ ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି - ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ କୋଲକାତାର ଏଲ ଆର ଏସ ଟିମ ୬ ଉଇକେଟରେ ରାଉରକେଲା ଟିମକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ରାଉରକେଲା ଟିମ ୨୦ ଓଭରରେ ୯ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶୁଭଙ୍କର ବିଶ୍ୱାସ ସର୍ବାଧିକ ୪୦ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଅଂକୁର ଚୌଧୁରୀ ୪ ଟି ଓ ଅଖିଳେଶ ଯାଦବ ୩ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କୋଲକାତା ୧୦ ଓଭରରେ ୪ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ରିଶବ ଚୌଧୁରୀ ୪୭, ଅଶ୍ୱନୀ ଖଟେଇ ୨୫ ଓ ଵିଶାଲ ଭଟି ୨୨ ରନ ସଂଗ୍ରହ କରିଥିଲେ I ଅଂକୁର ଚୌଧୁରୀ ମ୍ୟାନ ଅଫ ଦି ମ୍ୟାଚ, ଗୌତମ ସୁନା ମ୍ୟାନ ଅଫ ଦି ସିରିଜ ଓ ଶ୍ରେଷ୍ଠ ବୋଲର, ରିସବ ଚୌଧୁରୀ ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ I ପୁରସ୍କାର ସ୍ୱରୂପ ଚମ୍ପିୟାନ ଦଳକୁ ୧ ଲକ୍ଷ ପ୍ରୋତ୍ସାହନ ରାଶି ଓ ଟ୍ରଫି ଓ ରନର୍ସ ଅପ ଦଳକୁ ୮୦ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା I କମିଟିର ସଭାପତି ଗିରିଶ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ଇନ ଚିଫ ଇ. ସତ୍ୟବ୍ରତ ବେହେରା, ସମ୍ମାନିତ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଓ ମୁଖ୍ୟ ଯନ୍ତ୍ରୀ ଅରବିନ୍ଦ ତ୍ରିପାଠୀ ଯୋଗଦେଇ ପୁରସ୍କାର ବିତରଣ କରିବା ସହ ଖେଳାଳି ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବେହେରା, ଉପ ସଭାପତି ଦାମୋଦର କରଣ, ସମ୍ପାଦକ ଦୀପକ କୁମାର ଦାଶ, ସହ ସମ୍ପାଦକ ଲକ୍ଷ୍ମୀଧର ନାୟକ, ତଥା ସନ୍ତୋଷ ଅଗ୍ରୱାଲ, କାଶୀନାଥ ରଣା, ଶ୍ରୀକାନ୍ତ ବେହେରା, ବିଜୟ ଅଗ୍ରୱାଲ, ସଂଜୀବ ଦ୍ବିବେଦୀ, ଇ. ମାନସ ସେଠି, ଇ. ରୋହନ ରାୟ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ସମରପ୍ରୀତ ପ୍ରଧାନ, ବିଶ୍ୱମ୍ବର ମହାକୁଡ଼ ଓ ଇନ୍ଦ୍ରଜିତ ପ୍ରସାଦ ଖେଳ ପରିଚାଳନା କରିଥିବା ବେଳେ ସୌରଜିତ ସାହୁ ସ୍କୋରିଙ୍ଗରେ ସହାୟତା କରିଥିଲେ I ସୁରେଶ ସାଣ୍ଡିଲ, ବୁବୁ ସିନ୍ହା ଓ ପଙ୍କଜ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ I ସୁବ୍ରତ ଲେଙ୍କା, ସମରଜିତ ଗୋସ୍ୱାମୀ, ଅଜୟ ସିଂ, ପଲବିନ୍ଦର ସିଂହ, ଦିବ୍ୟାଲୋଚନ ଦାଶ, ଦିପାନ ମାଈତି, ପୱନ ଅଗ୍ରୱାଲ, ବିଜୟ ରାୟ, ଗୌରବ ମହାନ୍ତି, ମନୋଜ ମହାନ୍ତି, ଯୋଗେଶ ଚନ୍ଦ୍ର ମିଶ୍ର, ମାଧବ ସାହୁ, ମନୋଜ ରାଉତ, ବିଶ୍ୱଜିତ ସାହୁ ଓ ଶାନ୍ତନୁ କର ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ