।। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ ।।

Nov 23, 2024 - 16:30
 0  8
।। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ ।।

କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଚାଲିବା ପରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସର ଉଦଘାଟନୀ ସମାରୋହରେ ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କ୍ରୀଡ଼ାର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡ଼ାର ମହତ୍ୱ ବିଷୟରେ ଆଲୋକପାତ କରାଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁଧାଂଶୁ ମୋହନ ପତି, ସମ୍ପାଦକ ତୀର୍ଥବାସୀ ଘଡାଇଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା ପାଇଁଁ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଚାର୍ଯ୍ୟା ମମତା ମହାରଣା କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ , ଆଚାର୍ଯ୍ୟା ଓ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦ୍ବିତୀୟ ଦିନ ଅପରାହ୍ନରେ ଉଦଯାପିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଉପଖଣ୍ଡର ଡେପୁଟି କଲେକ୍ଟର ଧିରଜ କୁମାର ପାତ୍ର ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧାଂଶୁ ମୋହନ ପତି,ସମ୍ପାଦକ ତୀର୍ଥବାସୀ ଘଡ଼ାଇ ,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ଉପସଭାପତି ଦଣ୍ଡପାଣି ଭୂୟାଁ, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ଦିଗାଳ ଓ ସଦସ୍ୟା ସୋନିଆ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୧୨୦ ଟି ପ୍ରତିଯୋଗିତାରେ ୫୦୦ ଶିଶୁ ଭାଗନେଇଥିଲେ । ସେଥିରେ କୃତିତ୍ୱ ଅର୍ଜନ କରିଥିବା ଶିଶୁମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଶେଷରେ କ୍ରୀଡ଼ା ମହୋତ୍ସବର ମଶାଲ ଜ୍ୟୋତି ନିର୍ବାପିତ କରାଯାଇ ରାଷ୍ଟ୍ରଗୀତ ବନ୍ଦେ ମାତରଂ ଗାନ କରି ମହୋତ୍ସବ ସମାପ୍ତ କରାଯାଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ