ସରକାରୀ ନୋଡାଲ ବାପୁଜୀ ହାଇସ୍କୁଲ ର ସଫଳତା

Feb 3, 2025 - 16:01
 0  147
ସରକାରୀ ନୋଡାଲ ବାପୁଜୀ ହାଇସ୍କୁଲ ର ସଫଳତା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୨/୦୨/୨୦୨୫: ରିଖ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଠାରେ ଅନୁଷ୍ଠିତ ଚତୁର୍ଥ ଜିଲ୍ଲା ସ୍ତରୀୟ ସ୍କାଉଟ ଏବଂ ଗାଇଡ଼ କେମ୍ପରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ଗତ ତା: ୨୮/୦୧/ ରୁ ଆରମ୍ଭ ହୋଇ ତା: ୩୧/୦୧ ରେ ଶେଷ ହୋଇଛି ! ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ନୋଡାଲ ସରକାରୀ ବାପୁଜୀ ହାଇସ୍କୁଲ କୁ ଵିଫୁଲ ସଫଳତା ମିଳିଛି ସମସ୍ତ ବିଭାଗରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସଫଳତା କୁ ନେଇ ତେନ୍ତୁଳୀଖୁଣ୍ଟି ଅଞ୍ଚଳରେ ବିଦ୍ୟାଳୟ କୁ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି ! ଅନ୍ତିମ ଦିନରେ ମୁଖ୍ୟ ଅଥିତି ମାନ୍ୟବର ରାଜ୍ୟ ସରକାର ଙ୍କ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନୀୟ ଅଥିତି ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ନରସିଂହ ଭତ୍ରା ଓ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଙ୍କ ସହ ବହୁ ଅଥିତି ମଞ୍ଚାସୀନ ରହି କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ ସମସ୍ତ ପ୍ରତିଯୋଗି ପୁରସ୍କାର ଗ୍ରାମ ରକ୍ଷା, କୁଇଜ, ଝୁଟି,ଫେନସି ଡ୍ରେସ, ଚିତ୍ରାଙ୍କନ, ମାର୍ଚ୍ଚ ପାଷ୍ଟ ରେ ପୁରସ୍କାର ଅଥିତି ଙ୍କ ଠାରୁ ଗ୍ରହଣ କରିଥିବାରୁ ପ୍ରଧାନ ଶିକ୍ଷକ ଉମାରସିଂ ନାୟକ,ବିଦ୍ୟାଳୟ ପରିଚାଳନା କମିଟି,ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କାଉଟ ଶିକ୍ଷୟତ୍ରୀ ଜ୍ଞାନଜ୍ୟୋତି ଓ ଖେଳ ଶିକ୍ଷକ ମୋନଜଙ୍କୁ ପିଲାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ