।। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଙ୍ଗାରପଦାରେ ପୋଷାକ ବଣ୍ଟନ ।।

Oct 2, 2024 - 15:21
 0  24
।। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଙ୍ଗାରପଦାରେ ପୋଷାକ ବଣ୍ଟନ ।।

ରାଇରଙ୍ଗପୁର -:୦୨/୧୦/୨୪ଗାନ୍ଧି ଜୟନ୍ତୀ ଅବସରରେ ଅକ୍ଟୋବର ଦୁଇ ତାରିଖ ମାଆ ଦୁର୍ଗା ଦେବୀ ଙ୍କ ଆଗମନ ଓ ମହାଳୟା ଅବସରରେ କୁସୁମି ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗାରପଦାରେ MSE ରାଜା ସପ୍ ହାଟବାଦଡା ରେ ୫୦୦ ଟଙ୍କାରେ ଦୁଇ ହଳ ପୋଷାକ ବଣ୍ଟନ କରିଥିଲେ । ଜରିଆରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି। ଚଳିତ ବର୍ଷ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବିତରକ ମାନଙ୍କର ଚୟନ ପ୍ରକ୍ରିୟା ମାଧ୍ୟମରେ ଓ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ପ୍ରଥମ ଭାବେ ପୋଷାକ ବଣ୍ଟନ କରାଯାଇଛି। ପୋଷାକ ବଣ୍ଟନରେ କୁସୁମୀ ବ୍ଲକର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ବାସନ୍ତୀ ସିଂ ଓ ଶ୍ରୀମତୀ ଅର୍ପଣା ସାହୁ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ କୁସୁମୀଙ୍କ ଆଦେଶ ସଂଖ୍ୟା -୧୫୪୭(୪୭)ତା-୨୫.୦୯.୨୦୨୪ ରିଖ ଅନୁଯାୟୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଭିମନ୍ୟୁ ବାରିକ ଓ ଏମଏସ ରାଜା ସପ ହାଟବାଦଡା (MSE)ଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହେବାପରେ ବିଦ୍ୟାଳୟରେ ପୋଷାକ ବଣ୍ଟନ ହୋଇଥିଲା ସରକାର ଙ୍କ ଏହି ଅଭିନବ ପଦକ୍ଷେପ କୁ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନେ ତଥା ଗ୍ରାମବାସୀ ସ୍ବାଗତ କରିବା ସହିତ ପ୍ରଶଂସା କରିଥିଲେ।

ମୟୂରଭଞ୍,ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ