ସଦର ବ୍ଲକ ଅନ୍ତର୍ଗତ ଚଗାଁ ପଂଚାୟତ ର ଘଣ୍ଟବାହାଲି ଗ୍ରାମବାସି ମାନଙ୍କ ପାଇଁ ରାସ୍ତା ସାତସପନ

ଆମ ଓଡିଶା ରାଜ୍ୟ ରେ କଳାହାଣ୍ଡି ଜିଲ୍ଲା ର ଏକ ସ୍ୱତନ୍ତ୍ର ପରିଚୟ ରହିଅଛି । କଳାହାଣ୍ଡି ମାଟି ହେଉଛି ଜଗତର ମା ମାଁ ମାଣିକେଶ୍ବରୀ ର ମାଟି , ଏହି ମାଟି ହଉଛି ମାଁ ଲଙ୍କେଶ୍ୱରୀ ର ମାଟି ,ବୀର ରେଣ୍ଡୋ ମାଝୀ ର ମାଟି । ଗୋଟେ ପଟେ କଳାହାଣ୍ଡି ଜିଲ୍ଲା ର ଘୁମୁରା ବାଦ୍ୟ ବିଶ୍ଵଦରବାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କିନ୍ତୁ ଅପରପକ୍ଷେ ଜିଲ୍ଲା ର ସଦର ମହକୁମା ,ଭବାନୀପାଟଣା ଠାରୁ ମାତ୍ର 25 କିଲୋମିଟର ଦୁରରେ ଅବସ୍ଥିତ ଚଗାଁ ପଞ୍ଚାୟତ ର ଘଣ୍ଟବାହାଲି ଗ୍ରାମ ସ୍ୱାଧୀନତା କୁ 77 ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବିକାଶ ରୁ ବଞ୍ଚିତ ହୋଇଅଛି । ଘଣ୍ଟବାହାଲି ଗ୍ରାମକୁ ଯିବା ପାଇଁ ଆଜି ମଧ୍ୟ ଭଲ ରାସ୍ତା ଟେ ନାହିଁ । ଭବାନୀପାଟଣା - ରାୟପୁର କୁ ସଂଯୋଗ କରୁଥିବା SH -16 ମୁଖ୍ୟ ସଡକ ଠାରୁ କିଛି ଦୂରରେ ଅବସ୍ଥିତ ଘଣ୍ଟବାହାଲି ଗ୍ରାମ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଠାରୁ ଅଳ୍ପ ଦୂରରେ ଥାଇ ମଧ୍ୟ ଆଜି ଏହି ଗ୍ରାମର ଜନସଧାରଣ ରାସ୍ତା ପାଇଁ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ବର୍ଷା ର ଆଗମନରେ ଗାଁ ରାସ୍ତା ପାଲଟିଯାଏ ମରଣଯନ୍ତା ସଦୃଶ । ରୋଗୀ ପାଇଁ Ambulance ଆସିବାରେ ଅନେକ ବିଳମ୍ବ ହୋଇଥାଏ ଏହି ଖରାପ ରାସ୍ତା ପାଇଁ । ବାରମ୍ବାର ବିଭାଗୀୟ କତୃପକ୍ଷ ଙ୍କୁ ସାକ୍ଷାତ କରି ସମସ୍ୟା ର ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ପାଇଁ ପାରି ନାହାନ୍ତି ଘଣ୍ଟବାହାଲି ଗ୍ରାମବାସିବୃନ୍ଦ । ସବୁ ସରକାରୀ ଯୋଜନା ଯେମିତି ମୁହଁ ଆଡେଇ ଦେଇଛି ଏହି ଗାଁ ପାଇଁ। ଆଜି ର ଦୁନିୟା ହଉଛି ସ୍ମାର୍ଟ ଫୋନ ଆଉ ସ୍ମାର୍ଟ ଲୋକଙ୍କ ଦୁନିୟା , ବର୍ତମାନ ଏହି ଗ୍ରାମର ଯୁବପିଢ଼ି କିନ୍ତୁ ପ୍ରଶ୍ନ କରୁଛି ସରକାରକୁ “ ଆମର ଭୁଲ କଣ ?? କାହିଁକି ଗୋଟେ ଭଲ ରାସ୍ତା ରୁ ଦୁରେଇ ରଖାହେଇଛି ଘଣ୍ଟବାହାଲି ଗ୍ରାମବାସୀଙ୍କୁ ?? ବର୍ତମାନ କିନ୍ତୁ ଓଡିଶା ରାଜ୍ୟରେ ନୂତନ ସରକାର । ଘଣ୍ଟବାହାଲି ଗ୍ରାମବାସି ମଧ୍ୟ ନୂତନ ସରକାରଙ୍କଠୁ ନୂତନ ଆଶା କରିଛନ୍ତି। ଏହି ସରକାର ପୂରଣ କରିବେ ତାଙ୍କର ସ୍ବପ୍ନ ଆଉ ସେମାନେ ପାଇପାରିବେ ସେମାନେ ତାଙ୍କର ହକ । ଆଜି ସମସ୍ତ ଗ୍ରାମବାସୀ ସରକାର ଆଉ ସ୍ଥାନୀୟ ନେତୃତ୍ୱ କୁ ଉନ୍ନତମାନର ରାସ୍ତା ଯଥାଶୀଘ୍ର ନିର୍ମାଣ ପାଇଁ ଅନୁରୋଧ କରୁଛନ୍ତି। ଦେଖିବାକୁ ବାକି ରହିଲା ସରକାର ଆଉ ବିଭାଗୀୟ ଅଧିକାରୀ କେତେ ଶୀଘ୍ର ଘଣ୍ଟବାହାଲି ଗାଁରେ ନୂତନ ରାସ୍ତା ନିର୍ମାଣ କରିବେ ।
କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣାରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା
What's Your Reaction?






