ସକଟା ଗ୍ରାମକୁ ପରିଦର୍ଶନ କଲେ ଜ଼ିଲ୍ଲା ପାଳ ଓ ନିତୀ ଆୟୋଗ

Jan 5, 2025 - 12:22
 0  11
1 / 1

1.

ସକଟା ଗ୍ରାମକୁ ପରିଦର୍ଶନ କଲେ ଜ଼ିଲ୍ଲା ପାଳ ଓ ନିତୀ ଆୟୋଗ

ମୁନିଗୁଡ଼ା ନିଉଜ୍:- ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ର ମୁନିଖୋଲ ଗ୍ରାମ ପଞ୍ଚୟତ ଅନ୍ତର୍ଗତ ସକଟା ଗ୍ରାମକୁ ଡ଼ଙ୍ଗରିଆ ଅଧ୍ୟୁଷିତ ଗ୍ରାମ କୁ ଜିଲ୍ଲା ପାଳ ପାରୁଲି ପଟୁୱ।ରୀ ଙ୍କ ସହିତ ଶ୍ରିଯୁକ୍ତ k,s, rejimon,joint Secretary ନୀତି ଆୟୋଗ ପରିଦର୍ଶନ କରି ଅଂଚଳର ବିକାଶ ଦିଗରେ ସମସ୍ତ ବ୍ଲକ ଅଧିକାରୀ ଙ୍କ ସହ ବିଭିନ୍ନ ବିକାଶ ପାଇଁ ଡ଼ଙ୍ଗରିଆ ଘର ଘର ବୁଲି ଡ଼ଙ୍ଗରିଆ ପରିବାର ର ସୁବିଧା ଓ ଅସୁବିଧା କଥା ବୁଝା ବୁଝି କରିବା ସହ ପାନୀୟ ଜଳ, ଶିକ୍ଷା ସ୍ବାସ୍ଥ୍ୟ ମଧୁବାବୁ ପେନସନ ଓ ରାସ୍ତା ଘାଟ ତଥା ବିଦ୍ୟୁତିକରଣ PM ଜନମନ ଆବାସ ଗୃହ ଜୋଯନା ପାଇଁ ଅଧିକ ରୁ ଅଧିକ ସାଧାରଣ ଲୋକଙ୍କ ସହିତ ଯୋଡିହୋଇ ବିକାଶ କ୍ଷେତ୍ରରେ ସକଟା ଗ୍ରାମ କୁ କିଭଳି ବିକାଶ ପହଂଚି ପାରିବ ସେ ଦିଗରେ ଆଲୋଚନା କରିଥିଲେ। ରାଜ୍ୟସରକାଙ୍କ ତରଫରୁ ରାୟଗଡ଼ା ଜିଲ୍ଲା ର ମୁନିଗୁଡ଼ା ବ୍ଲକ ମୁନିଖୋଲ ପଞ୍ଚାୟତ ର ସକଟା ଗ୍ରାମକୁ ଏକ ମଡେଲ ଭିଲେଜ୍ ଗ୍ରାମ କରିବା ପାଇଁଁ ଜୋଯନା ରହିଛି ବୋଲି ଜିଲ୍ଲା ପାଳ କହିଥିଲେ। ଏହି ଗ୍ରସ୍ତ କୁ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଅନେକ ଆଶା ଓ ଉତ୍ସାହ ଦେଖା ଦେଇଛି। ପ୍ରଥମେ ଜିଲ୍ଲା ପାଳ ଶକଟା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର କୁ ଯାଇ ଅନୁଧ୍ୟାନ କରି ଛୋଟ ଛୋଟ ପିଲା ମାନଙ୍କୁ ମିସି କଥାବାର୍ତ୍ତା କରି ବୁଝିଥିଲେ ।

ତେବେ ୟାପୂର୍ବରୁ ଅନେକ ଜ଼ିଲ୍ଲା ପାଳ ଅଞ୍ଚଳ କୁ ଗ୍ରସ୍ତ କରିଛନ୍ତି କିନ୍ତୁ ସେହି ଅନୁସାରେ ଆଖିଦିଶିବା ଭଳି କୈାଣସି ବିକାଶ ଆଜି ଯାଏଁ ପହଂଚି ପାରିନି 

ଡ଼ଙ୍ଗରିଆ ଙ୍କ ପାଖରେ ପ୍ରାସାସନିକ ଦୁର ଦୃଷ୍ଟି ଆଉ କେତେକ ଦୁରରେ ରହିଛି କିଏବା କହିବ । ସେହି ଦିଗରେ କେହି କହିପାରୁ ନାହାନ୍ତି ସେଥି ପାଇଁ ଉପର ବାଲା କୁ ହିଁ ଜଣା ! ସକଟା ଗ୍ରାମକୁ ଜିଲ୍ଲା ପାଳ ଙ୍କ ଓ ନୀତି ଆୟୋଗଙ୍କ ଏହି ଗସ୍ତ ବେଳେ ଜିଲ୍ଲା ର ସମସ୍ତ ବିଭାଗର ଅଧିକାରୀମାନେ ଏବଂ ମୁନିଗୁଡ଼ା ବ୍ଲକ ର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ମୁନିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଳପତି, ତହସିଲ ଦାର m ଅନୁରାଧା, ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା ଅଧିକାରୀ ଡାଳିମ୍ବ ନାଏକ,ସୁପରଭାଇଜର ମୋହନା ବତୀ ମୁଟୁକା, ଗୋଷ୍ଠୀ ଶିକ୍ଷା ଅଧିକାରୀ ବି ଭାସ୍କର ରାଓ,AEE, ଅଶ୍ଵର୍ଯ୍ୟ ଭଞ୍ଜଦେଓ, କନିଷ୍ଠ ଯନ୍ତ୍ରୀ ରମେଶ ମିଞ୍ଜି,ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଢୃକା, ମୁନିଖୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପାଇକ ଜାକେକା, ଜିଲ୍ଲା ବିଏସ୍ ପି ସଭାପତି ଜିତୁ ଜାକେକା, ଏବଂ ବ୍ଲକ ର ସମସ୍ତ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏଇଠି ଜିଲ୍ଲା ପାଳଙ୍କ ଗସ୍ତବେଳେ ନିୟମ ଗିରୀ ପାହାଡ଼ ପାଦଦେଶରେ ରହୁଥିବା ଅନେକ ଗ୍ରାମର ଡ଼ଙ୍ଗରିଆ ଆଦିବାସୀ ମାନଙ୍କ ଆସିନଥିବା ଜଣାପଡିଛି ।

ତେବେ ନିୟମ ଗିରୀ ପର୍ବତମାଳା ରେ ଶହ ଶହ ବର୍ଷ ଧରି ରହୁଥିବା ଡ଼ଙ୍ଗରିଆ ମାନଙ୍କ ବିକାଶ ଏଯାଏଁ ତୋ ହେଇପାରିଲା ନାହିଁ। ତେବେ ଏହି ଦିଗରେ ଦେଖାଯାଉ ନୀତି ଆୟୋଗ ର ଓ ଜିଲ୍ଲା ପ୍ରଶାସନର ଏହି ଗସ୍ତକୁ ନେଇ ଅଞ୍ଚଳରେ ବହୁତ ଆସା ଓ ବିସ୍ଵା ରଖିଛନ୍ତି ହେଲେ ଡ଼ଙ୍ଗରିଆ ଆଦିବାସୀ କନ୍ଧମାନଙ୍କ ବିଭିନ୍ନ ମୈଳିକ ସମସ୍ୟା କେବେ ଦୁର ହେବ ତାହା ଦେଖିବାକୁ ବାକି ରହିଲା।

ବାଇଟ୍। ନିତୀ ଆୟୋଗ 

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0