।। ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟା ରେ ପୂଜିତ ଅକ୍ଷତ କଲସ ବଣ୍ଟନ ଓ ନିମନ୍ତ୍ରଣ ।।

Jan 2, 2024 - 20:26
 0  7
।। ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟା ରେ  ପୂଜିତ ଅକ୍ଷତ କଲସ ବଣ୍ଟନ ଓ ନିମନ୍ତ୍ରଣ ।।

ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ୨୭ଗୋଟି ଗ୍ରାମ ପଞ୍ଚାୟତ କୁ ଶ୍ରୀ ରାମ ଜନ୍ମ ଭୂମି ଅଯୋଧ୍ୟା ରେ ପୁଜିତ ଅକ୍ଷ୍ୟତ କଲଷ ବଣ୍ଟନ ଓ ନିମନ୍ତ୍ରଣ ରଥ ପରିକ୍ରମା କଲାପରେ ସିନାପାଲି ସହରର ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଉଦ୍ଜାପିତ ହୋଇଯାଇଛି।ବ୍ଲକ ର ବିଶିଷ୍ଟ ନାଗରିକ ଶ୍ରୀଯୁକ୍ତ ବୈସମ୍ପାୟନ୍ ମେହେର,ଶ୍ରୀଯୁକ୍ତ ନୀଳମଣି ମେହେର,ଶ୍ରୀଯୁକ୍ତ ଡମ୍ବରୁଧର ମେହେର,ଶ୍ରୀଯୁକ୍ତ ପ୍ରଦୀପ କୁମାର ଜୈନ,ତୁଳସୀ ରାମ ମେହେର,ନରହରି ମେହେର,ପ୍ରଶାନ୍ତ ନାଏକ,ଖୁସିରାମ୍ ମେହେର ଙ୍କ ଉପସ୍ଥିତିରେ ଉକ୍ତ ମନ୍ଦିର ଠାରୁ ଏହି ଯାତ୍ରା ର ଶୁଭାରମ୍ବ କରାଯାଇଥିଲା।ଏହି ରଥ କୁ ସମସ୍ତ ଗ୍ରାମ ପଞ୍ଚାୟତ ର ମୁଖ୍ୟ ଗ୍ରାମ ଗୁଡିକର ଆବାଲ ବୃଦ୍ଧ ବନିତା ଭବ୍ୟ ସ୍ବାଗତ କରିଥିଲେ।ଏହି ପରିକ୍ରମା ରଥ ଆୟୋଜକ କରିବାରେ ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ତୁଲସି ରାମ ମେହେର,ପଶ୍ଚିମ ଓଡିଶା ସମ୍ପାଦକ ଶ୍ରୀ ଯୁକ୍ତ ମୋହନ ଚରଣ ଦାସ,ଅକ୍ଷ୍ୟତ କଳସ ସ୍ୱାଗତ ସମିତିର ସଂଯୋଜକ ଶ୍ରୀ ସଞ୍ଜୟ କୁମାର ବେହେରା,ବ୍ଲକ ଭିଏଚ୍ ପି ର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର,ରଶ୍ମି ରଞ୍ଜନ ସା,ରୋହିତାସ୍ଵ ନାଏକ,ଅବଧିତ ଶ୍ରୀ ରବିନ୍ଦ୍ରବାବା,ନରେଶ ମାଝୀ ,ପ୍ରମୁଖ ମୁଖ୍ୟ ଦାଇତ୍ୱ ତୁଲାଇ ଥିଲେ।କଳସ ପୂଜନ ଦାଇତ୍ୱ ରେ ଗାୟତ୍ରୀ ପରିଜନ ଶ୍ରୀ ଯୁକ୍ତ କ୍ଷମାଧର ନିଆଲ,ସୀତାରାମ ସା ଓ ଶ୍ୟାମ ସୁନ୍ଦର ମାଝୀ ,ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ଜାନୁଆରି ୨୨ ତାରିଖ ଦିନ ହେବାକୁ ଥିବା ଅଯୋଧ୍ୟା ର ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ର ନିମନ୍ତ୍ରଣ ସ୍ୱରୂପ ଉକ୍ତ କଲସ ର ପୁଜିତ ଅକ୍ଷ୍ୟତ ଚାଉଳ ପୁଡିଆ ବ୍ଲକ ର ପ୍ରତ୍ୟେକ ପରିବାର କୁ ବଣ୍ଟନ କରାଯିବ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ