ଶ୍ରୀମଦ୍ ଭାଗବତ କଥାମୃତରେ ଉତ୍ସବ ମୁଖରିତ ବରୀ

Nov 18, 2024 - 16:24
 0  108
ଶ୍ରୀମଦ୍ ଭାଗବତ କଥାମୃତରେ ଉତ୍ସବ ମୁଖରିତ ବରୀ

ଧର୍ମମାସ କାର୍ତ୍ତିକରେ ବରୀ ଅଞ୍ଚଳର ପୁର ପଲ୍ଲୀରେ ଏଥର ଦେଖିବାକୁ ମିଳୁଛି ଉତ୍ସବ ମୁଖରତା। ବରୀ ବ୍ଲକର ପ୍ରତ୍ୟେକ ଗ୍ରାମରେ ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ତରଫରୁ ଭାଗବତ ପାରାୟଣ, ଭାଗବତ କଥାମୃତ ଆଲୋଚନା ଚକ୍ର, ଶ୍ରୀମଦ୍ ଭଗବତ ଗୀତାପାଠ ଏବଂ ବିଭିନ୍ନ ପ୍ରବଚନ କାର୍ଯ୍ୟକ୍ରମ, ଏବଂ ହରିନାମ କୀର୍ତ୍ତନ ଦ୍ଵାରା ପ୍ରକମ୍ପିତ ହୋଇଛି ସମଗ୍ର ବରୀ। ପବିତ୍ର ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ଚତୃଦ୍ଧାମୁରତିଙ୍କର ପୂଜା ସହିତ ସଂକୀର୍ତ୍ତନ, ବେଦପାଠ, ଶ୍ରୀମଦ୍ ଭାଗବତ ପାଠ ଏବଂ ଆଲୋଚନା ଚକ୍ର, ଗୀତା ଯଜ୍ଞ ଅନୁଷ୍ଠିତ ହେବା ସହିତ କେତେକ ସ୍ଥାନରେ ମଧ୍ୟ କାର୍ତ୍ତିକେଶ୍ୱର ପୂଜା ସହିତ କାର୍ତ୍ତିକ ପୂର୍ଣ୍ଣିମା ଉଦ୍ଦେଶ୍ୟରେ ପୂର୍ଣ୍ଣିମାର ସୁପ୍ରଭାତରୁ ଅନ୍ନଯଜ୍ଞ ଏବଂ ପ୍ରସାଦ ବିତରଣ ପ୍ରଭୃତି କାର୍ଯ୍ୟକ୍ରମ ସମଗ୍ର ବରୀକୁ ଆଧ୍ୟାତ୍ମିକମୟ କରିଥିଲା। ବାଲିବିଲ ପଞ୍ଚାୟତର କ୍ଷେମେଶ୍ୱରସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତି ସାଂସ୍କୃତିକ ପରିଷଦ ପକ୍ଷରୁ ସର୍ବଶ୍ରୀ ପଣ୍ଡିତ ଉପେନ୍ଦ୍ର କଣ୍ଠ, କାଶୀନାଥ ପଣ୍ଡା, ରମେଶ ଚନ୍ଦ୍ର ପତିଙ୍କ ଦ୍ଵାରା ଭାଗବତ ପାରାୟଣ ଓ କଥାମୃତ ସାତଦିନ ବ୍ୟାପୀ ଅନୁଷ୍ଠିତ ହେବା ସହିତ ପଣ୍ଡିତ ରତିକାନ୍ତ ତ୍ରିପାଠୀଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଅଲିପୁର ପଞ୍ଚାୟତ ସ୍ଥିତ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ଶ୍ରୀ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ରବିନାରାୟଣ ଶତପଥିଙ୍କ ପୌରହିତରେ ଭାଗବତ ପାରାୟଣ ଓ ଶ୍ରୀମଦ୍ ଭାଗବତ କଥାମୃତ, ଜଗନ୍ନାଥ ଲିଳାମୃତ ନାଥସାହିର ସମସ୍ତ ଶ୍ରଦ୍ଧାଳୁଙ୍କ ଦ୍ବାରା ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସେହିପରି କାଇପଡ଼ା, କଳାମାଟିଆ, ଅନ୍ୟାସୀପୁର, କୋରଡ଼ାପିପଲ୍, ଗୋଖରା କୃଷ୍ଣନଗର, ଗମୁ, ଢ଼ିଅପାଳ, ବନ୍ଧପଡା, ରତଳାଙ୍ଗ, ଅରଙ୍ଗାବାଦ, ସାହୁପଡ଼ା, ବାଲିଆ, ରତ୍ନଗିରି, ଚନ୍ଦନପୁର ପ୍ରଭୃତି ପ୍ରତ୍ୟେକ ଗ୍ରାମରେ ଏକାଧିକ ଆଧ୍ୟାତ୍ମିକ ଅନୁଷ୍ଠାନ ଦ୍ଵାରା ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଅଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ