ଶୁଆକାଟୀ ଓଏମସି ଘେରାଉ ବେଳେ ପ୍ରବଳ ଉତ୍ତେଜନା:ଗୁଣ୍ଡା ମାନଙ୍କ ଆକ୍ରମଣରେ ମହିଳା ଓ ସାମ୍ବାଦିକ ଆହତ।

Nov 11, 2024 - 19:51
 0  8
ଶୁଆକାଟୀ ଓଏମସି ଘେରାଉ ବେଳେ ପ୍ରବଳ ଉତ୍ତେଜନା:ଗୁଣ୍ଡା ମାନଙ୍କ ଆକ୍ରମଣରେ ମହିଳା ଓ ସାମ୍ବାଦିକ ଆହତ।

ପୂର୍ବରୁ ଓଏମସି ଖଣି ପ୍ରଭାବିତ ଅଞ୍ଚଳ ମଦରଙ୍ଗାଯୋଡ଼ି ଗ୍ରାମବାସୀ ମାନେ ବାରମ୍ବାର ଶୁଆକାଟୀ ଓଡ଼ିଶା ଖଣି ନିଗମ କର୍ତ୍ତୃପକ୍ଷଙ୍କୁ ନିଜ ଗ୍ରାମକୁ ଖଣି ପ୍ରଭାବିତ ଅଞ୍ଚଳ ବୋଲି ସ୍ଵୀକାର କରି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରି ଆସୁଥିଲେ। ଏଥିଲାଗି ମଧ୍ୟ ସେତେବେଳେ ସ୍ଥାନୀୟ ବିଧାୟକ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ନିଜେ ଓଏମସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ତେବେ ଗଲା ସୋମବାର ଦିନ ଗ୍ରାମବାସୀ କେନ୍ଦୁଝର ସଦର ମହକୁମା ଆସି ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇ ଥିଲେ ଏଥି ସହ ଏସପିଙ୍କୁ ଦାବି ପୂରଣ ନହେଲେ ବାଧ୍ୟ ହୋଇ ଖଣି କାର୍ଯ୍ୟାଳୟ ନଭେମ୍ବର ୧୧ ତାରିଖରେ ଘେରିବେ ବୋଲି ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ଏହା ମଧ୍ୟରେ ଖଣି କର୍ତ୍ତୃପକ୍ଷ ଓ ପ୍ରଶାସନ କିଛି ସୁବିଧା ନକରିବାରୁ ସଦର ବ୍ଲକ ଅନ୍ତର୍ଗତ ମଦରଙ୍ଗାଯୋଡ଼ି ଗ୍ରାମର ଶହ ଶହ ପୁରୁଷ ଓ ମହିଳା ମିଳିତ ଭାବେ ଶୁଆକାଟୀ ଇଚିନ୍ଦା ସ୍ଥିତ ୧୫ ନଂ ଗେଟ୍ ସମ୍ମୁଖରେ ବିକ୍ଷୋଭ କରିବାକୁ ଯାଇଥିଲେ। ସେଠାରେ ସଦର ଥାନା ପୋଲିସ ସହ ବହୁ ପୋଲିସ ଉପସ୍ଥିତ ରହି ଥିଲେ। ତେବେ ବାଟରେ ଏହି ଆନ୍ଦୋଳନକାରୀଙ୍କ ଭିତରେ ଶୁଆକାଟୀ ଅଞ୍ଚଳରେ ବାହାରୁ ଆସି ରହି ଦଲାଲି ମାଗିଆଗିରି କରୁଥିବା ଅସାମାଜିକ ବ୍ୟକ୍ତି ପଶି ଆସିଥିଲେ। ଏହିମାନେ ହଠାତ୍ ପୋଲିସ ସମ୍ମୁଖରେ ମହିଳା ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ତେଣୁ ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିଲେ। ସାମ୍ବାଦିକ ଦଶରଥ ବାରିକଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲେ। ଆନ୍ଦୋଳନକାରୀ ମାନେ ତଥାପି ସେଠାରେ କମ୍ପାନୀ ବିରୋଧରେ ନାରାବାଜି କରିଥିଲେ। ଏହାପରେ ସେଠାରୁ ଫେରି ମହିଳାମାନେ ସଦର ଥାନାରେ ଏତଲା ଦେଇଛନ୍ତି। ଲୋକଙ୍କ ଅଭିଯୋଗ କମ୍ପାନୀ ଦଲାଲ ଓ ସୁରକ୍ଷା କର୍ମୀ ଏହି ଆକ୍ରମଣ କାଣ୍ଡ ଭିଆଇଛନ୍ତି। ତେଣୁ ସେମାନେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ନହେଲେ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ସେମାନେ ଦେଇଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ