ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ମହାବଳ

Oct 28, 2024 - 07:05
 0  8
ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ମହାବଳ

। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏହି ବାଘୁଣୀକୁ ଅଣାଯାଇଛି। ଆସନ୍ତାକାଲି ଏହି ବାଘୁଣୀକୁ କୋର୍‌ ଏରିଆରେ ଛଡ଼ାଯିବ। ପରବର୍ତ୍ତୀ ସମୟରେ ଆଉ ଗୋଟିଏ ବାଘୁଣୀ ଆସିବ। ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ଓଡ଼ିଶାରେ ୩୦ ମହାବଳ ବାଘ ଅଛନ୍ତି। ସେଥିରୁ ୨୭ଟି ମହାବଳ ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି। ସେହି ୨୭ ମହାବଳ ମଧ୍ୟରେ ୧୩ଟି ଇନ୍‌ ବ୍ରିଡିଂ(ସମବଂଶୀଙ୍କ ମଧ୍ୟରେ ମେଟିଂ) କଳାବାଘ ରହିଛନ୍ତି। ଏହି ପ୍ରଜାତିର ମହାବଳ ବାଘଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍। ତେଣୁ ଏମାନେ ଅଳ୍ପ ଆୟୁ। ଯାହାକି ବଂଶ ଲୋପର କାରଣ ପାଲଟିପାରେ ବୋଲି ଆଶଙ୍କା କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିଲେ। ସେଥିପାଇଁ ମହାରାଷ୍ଟ୍ରରୁ ମହାବଳ ଆଣିବା ପାଇଁ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ଙ୍କ ଅନୁମତି ଲୋଡିଥିଲା। ଏନ୍‌ଟିସିଏ ଏଥିପାଇଁ ଅନୁମତି ଦେଇଥିଲେ। ତା’ପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟକୁ ଯାଇଥିଲେ। ତନାଘନା ପରେ ସେଠାରୁ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବାଘୁଣୀ ଓଡ଼ିଶା ଆସିଛି। ଆସନ୍ତାକାଲି ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଛଡ଼ା ଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଗୋଟିଏ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟକୁ ଆସିବ। ଏବେ ମଧ୍ୟ ବନ ବିଭାଗ ମହାରାଷ୍ଟ୍ରରେ ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ