।। ଲୋକସଭା ପ୍ରାର୍ଥୀ ହେଲେ ଲମ୍ବୋଦର ନିଆଲ ।।

Mar 28, 2024 - 20:58
 0  15
।। ଲୋକସଭା ପ୍ରାର୍ଥୀ ହେଲେ ଲମ୍ବୋଦର ନିଆଲ ।।

ନୂଆପଡ଼ା : ସାଧାରଣ ନିର୍ବାଚନ ୨୦୨୪ ପାଇଁ ଲୋକସଭା ପ୍ରାଥୀ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଳାହାଣ୍ଡି ଲୋକସଭା ବିଜେପି ପ୍ରଥମେ କଳାହାଣ୍ଡି ରାଜାପରିବାର ସଦସ୍ୟା ମାଳବିକା ଦେଓଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ବିଜେଡି ଅବିଭକ୍ତ କଳାହାଣ୍ଡି ଲୋକ ସଭା ପ୍ରାଥୀ ପାଇଁ ନୂଆପଡ଼ା ଜିଲ୍ଲାରୁ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଲମ୍ବୋଦର ନିଆଲ ୧୯୯୨ରେ ବୋଡେନ ବ୍ଲକ କରଙ୍ଗାମାଲ ପଞ୍ଚାୟତରୁ ଶ୍ରୀ ନିଆଲ ପ୍ରଥମେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୭ରେ କରଙ୍ଗାମାଲ ସମିତି ସଭ୍ୟ ଓ ୨୦୦୨ରେ ବୋଡେନ ବ୍ଲକ ଲିଟିସର୍ଗି ସମିତି ମେମ୍ବରରୁ ବୋଡେନ ବ୍ଲକ ଅଧ୍ୟକ୍ଷ ଏବଂ ୨୦୧୨ ଓ ୨୦୧୭ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୮ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏକ୍ସପର୍ଟ ମେମ୍ବର ମନୋନୀତ ହୋଇଥିଲେ । ୨୦୧୪ରେ ପ୍ରଥମେ ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇ ପ୍ରାୟ ୯ ହଜାର ଭୋଟରେ ପରାଜିତ ହୋଇଥିଲେ । ୨୦୧୯ରେ ଦ୍ଵିତୀୟ ଥରପାଇଁ ବିଜେଡି ପ୍ରାର୍ଥୀ ହୋଇ ଅଢ଼େଇ ହଜାର ଭୋଟରେ ପରାସ୍ତ ହୋଇଥିଲେ । ବର୍ତ୍ତମାନ ରାଜ୍ୟ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟତୁଲାଇ ସମଗ୍ର ରାଜ୍ୟରେ ଯାଦବଙ୍କୁ ଏକତ୍ରିତ କରିବା ସହ ସମାଜର ସାମଗ୍ରୀକ ବିକାଶ ପାଇଁ କାମ କରୁଥିବାବେଳେ କିଛିଦିନ ତଳେ ଲମ୍ବୋଦର ନିଆଲଙ୍କୁ ଖଡ଼ିଆଳ ରୁ ବିଧାୟକ ପ୍ରାର୍ଥୀ ପାଇଁ ଟିକଟ ଦିଆ ଯାଉ ବୋଲି ବିଜେଡିର କାର୍ଯ୍ୟକର୍ତା ମାନେ ଆନ୍ଦୋଳନ କରିଥିଲେ l କିନ୍ତୁ ଏ ସବୁର ଅନ୍ତ ଘଟି ଆଚମ୍ବିକ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକସଭା ପ୍ରାର୍ଥୀ ପାଇଁ ନୂଆପଡ଼ା ଜିଲ୍ଲାରୁ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଶେଷରେ ବିଜେଡି ଯାଦବ କାର୍ଡ ଖେଳି ଖଡ଼ିଆଳ ବିଧାନସଭାର ବିଜେଡି ଆଶାୟୀ ପ୍ରାର୍ଥୀ ଲମ୍ବୋଦରଙ୍କୁ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପାଇଁ ଟିକଟ ମିଳିଛି l ଯଦି ବିଜେଡି ର ଭଲ ପ୍ରଦର୍ଶନରେ ଆଗୁଆ ରେହେ ତେବେ ବିକାଶ ଆଗକୁ ଆଗକୁ ଆଗେଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ