।। ଲଗାଣବର୍ଷାରେ ଭାଙ୍ଗିଲା ଅସ୍ଥାୟୀ ପୋଲ, ଯାତାୟାତ ଠପ୍ ।।

Jul 24, 2024 - 12:12
 0  10
।। ଲଗାଣବର୍ଷାରେ ଭାଙ୍ଗିଲା ଅସ୍ଥାୟୀ ପୋଲ, ଯାତାୟାତ ଠପ୍ ।।

ଲାଞ୍ଜିଗଡ ତା:-୨୪/୦୭/୨୦୨୪,(ଫାଷ୍ଟ ନ୍ୟୁଜ ଓଡିଶା ):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ ତଥା ବିଜେପୁର ଠାରୁ ମୂଷାନାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଅନେକ ସ୍ଥାନରେ ପ୍ରଶସ୍ତିକରଣ ପାଇଁ ପୋଲ ନିର୍ମାଣ ହେଉଛି। ଏଭଳି ସ୍ଥିତିରେ ପୋଲ ଗୁଡିକ ନିର୍ମାଣ ପାଇଁ ରାସ୍ତା ସମ୍ପୂର୍ଣ୍ଣ ଖୋଲି ଦିଆଯାଇ ଯାତାୟତ ପାଇଁ ଅସ୍ଥାୟୀ ରାସ୍ତା ଓ ଅସ୍ଥାୟୀ ପୋଲ କରାଯାଇଛି। ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷା ଋତୁ ଚାଲିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବିଜେପୁର ରୁ ମୂଷାନାଲ ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ନଦୀ ନାଳ ଗୁଡିକ ଉପରେ ପୋଲ ଏବଂ କଲଭର୍ଟ ମାନ କିଛି ସ୍ଥାନରେ ସମ୍ପୂର୍ଣ୍ଣ ଓ କିଛି ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରିରହିଛି। ବର୍ଷା ଋତୁ ପୂର୍ବରୁ ଏସବୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରି ଗମନା ଗମନ ବ୍ୟବସ୍ଥାକୁ ସ୍ୱାଭାବିକ ରଖିବାର ଆବଶ୍ୟକ ଥିଲା ବୋଲି ଅଞ୍ଚଳ ବାସୀ ବାର୍ତାଳାପ କରୁଛନ୍ତି।କିନ୍ତୁ ଏବେ ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ରାସ୍ତା ଓ ଅସ୍ଥାୟୀ ପୋଲ ଶୋଚନୀୟ ଥିବା ବେଳେ ଆଜି ପେଙ୍ଗଶୁର ଗାଁ ନିକଟସ୍ତ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ଯାନବାହାନ ଯାତାୟତ ଠପ୍ ରହିଛି। ବିଜେପୁର ଠାରୁ ବିଶ୍ୱନାଥପୁର ଯାତାୟତ ପାଇଁ ଗୋଟିଏ ରାସ୍ତା ରହିଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି। ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ଠିକା ସଂସ୍ଥା ଅବହେଳା ଯୋଗୁଁ ଏସବୁ ସ୍ଥାନରେ ଯାତାୟତ ପାଇଁ ବାଦାପ୍ରାପ୍ତ ଘଟୁଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି।ଯଦି ଏହି ପରି ହୁଏ ଲାଞ୍ଜିଗଡ ବ୍ଲକ ମହକୁମା ସହିତ ଯୋଗାଯୋଗ ଠପ୍ ହେବା ସହିତ ଆମ୍ବୁଲାନ୍ସ ଏବଂ ବିଭିନ୍ନ ଯାନବାହାନ ଚଳାଚଳ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ ପଟେ ବେନଗାଁ- ଲାଞ୍ଜିଗଡ଼ ରାସ୍ତାର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଦୟନୀୟ ଅବସ୍ଥା ହେତୁ ବର୍ଷା ବୃଦ୍ଧି ହେଲେ କୌଣସି ଦିଗରୁ ଯାନବାହାନ ଚଳାଚଳ ହୋଇ ପାରିବ ନାଇଁ ଓ ବ୍ଲକ ମୁଖ୍ୟାଳୟ ସହିତ ଉପାନ୍ତ ଅଞ୍ଚଳ ଲୋକଙ୍କ ପାଇଁ ସଂଯୋଗ ହେବ ନାଇଁ। ତେବେ ୨୨ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଥିବାରୁ ଏହି ରାସ୍ତାରେ ନିର୍ଭର କରୁଥିବା ଲୋକେ ଏବେ ଚିନ୍ତାରେ ପଡିଛନ୍ତି।ଯଥା ଶୀଘ୍ର ଭାଙ୍ଗି ଥିବା ଅସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସି ଗୁହାରି କରିଛନ୍ତି। ତେବେ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାର କେବେ ଅସ୍ଥାୟୀ ପୋଲର ପୁନରନିର୍ମାଣ କରି ଲୋକଙ୍କ ଯାତାୟାତରେ ସ୍ୱାଭାବିକ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

 ଲାଞ୍ଜିଗଡ ରୁ ସାଗର ବେନାଲ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ