।। ରେଳ ସେବାରୁ ବଞ୍ଚିତ ହେଉଛନ୍ତି ମୟୂରଭଞ୍ଜର ଗରୀବ, ଦିନ ମଜୁରିଆ, ଆଦିବାସୀ ।।

Aug 29, 2024 - 20:36
 0  13
।। ରେଳ ସେବାରୁ ବଞ୍ଚିତ ହେଉଛନ୍ତି ମୟୂରଭଞ୍ଜର ଗରୀବ, ଦିନ ମଜୁରିଆ, ଆଦିବାସୀ ।।

ବାଙ୍ଗିରୀପୋଷି ବାଲେଶ୍ଵର ଡି ଏମ ୟୂ ଦିନରେ ମାତ୍ରଥରେ ବାଲେଶ୍ଵର ଯାଉଛି ମୟୂରଭଞ୍ଜ ଓଡ଼ିଶାର ସର୍ବବୃହତ ଜିଲ୍ଲା। ମାତ୍ର ଏହି ଜିଲ୍ଲା ଆଦିବାସୀ ବହୁଳ। ଅଧିକାଂଶ ଲୋକ ଦରିଦ୍ର ସିମା ରେଖା ତଳେ । ଖଟିଖିଆ, ଦିନ ମଜୁରିଆଙ୍କ ସଂଖ୍ୟା ଅଧିକ, ବହୁତ ଅଭାବ ଅନଟନରେଏହି ଲୋକମାନେ ଚଳନ୍ତି । ମାତ୍ର କାର୍ଯ୍ୟପାଇଁ ସେମାନଙ୍କର କର୍ମଭୂମି, ବାରିପଦା ଓ ବାଲେଶ୍ଵର, ସାଧାରଣତ ଦେହ ଅସୁସ୍ଥ ହେଲେ ବାରିପଦା ମେଡିକାଲ ଓ ବାଲେଶ୍ଵର ମେଡ଼ିକାଲ ଉପରେ ନିର୍ଭର କରନ୍ତି । ବାଙ୍ଗିରିପୋଷି ଓ ସାରଷକଣା, କୁଳିଅଣା, ଶ୍ୟାମାଖୁଣ୍ଟା ବ୍ଳକ ମୟୂରଭଞ୍ଜର ଆଦିବାସୀ ବହୁଳ ସ୍ଥାନ, ଦିନ ମଜୁରିଆ, ଖଟିଖିଆ, ଗରୀବ ସମ୍ପଦାୟର ଲୋକମାନେ ବସବାସ କରିଥାନ୍ତି । ଏମାନଙ୍କ ପାଖରେ ଟଙ୍କାର ଘୋର ଅଭାବ, ବାଙ୍ଗିରିପୋଷି ରୁ ବସ ଯୋଗେ ବାରିପଦା ଓ ବାଲେଶ୍ଵର ଯିବାଆସିବା ପାଇଁ ସାମର୍ଥ ନାହିଁ। ତେଣୁ ପ୍ରାୟ ଅଧିକାଂଶ ଏହି ଲୋକାଲ ଡ଼ିଏମ ୟୂ ଉପରେ ନିର୍ଭର କରନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଟ୍ରେନଟି ଦିନରେ ଥରେ ମାତ୍ର ବାଲେଶ୍ଵର ଯାଉଛି। ମାତ୍ରସକାଳୁ ବାଲେଶ୍ଵରରୁ ବାଙ୍ଗିରିପୋଷି ଏବଂ ସକାଳ ୭ଟା ୩୦ମି. ସମୟରେ ବାଙ୍ଗିରିପୋଷି ରୁ ବାଲେଶ୍ଵର, ପୁଣି ଦିନ ୧୦ଟାରେ ବାଲେଶ୍ଵରରୁ ବାଙ୍ଗିରିପୋଷି, ପୁଣି ଦିନ ୧୨ଟା୩୦ମି.ରେ ବାଙ୍ଗିରିପୋଷି ରୁ ବାଲେଶ୍ଵର ପୁଣି ଦିନ ୩ଟାରେ ବାଲେଶ୍ଵରରୁ ବାଙ୍ଗିରିପୋଷି, ପୁଣି ସଂଧା ୫,ଟା ୩୦ମି.ରେ ବାଙ୍ଗିରିପୋଷି ରୁ ବାଲେଶ୍ଵର । କୁ ଚ।ଲିବା ପାଇଁ ଜନସାଧାରଣରେ ଦାବି ହେଉଛି। ଏଥିପ୍ରତି ସରକାର ପଦକ୍ଷେପ ନେଲେ ଦିନ ଦରିଦ୍ର, ଦିନ ମଜୁରିଆ, ଗରୀବ ଆଦିବାସୀ ଉପକୃତ ହେବେ, ଡବଲ ଈଞ୍ଜିନ ସରକାର କେତେ ଏହା କାର୍ଯ୍ୟକାରୀ କରିବେ ନା ଲୋକଙ୍କୁ ଏହିପରି ହନ୍ତସନ୍ତ କରିବେ. ତାହା ଦେଖିବାରେ ବାକି ରହିଲା ।

 ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ