।। ରାୟଗଡା ଜିଲ୍ଲାରେ ଆର୍ଟ ଅଫ୍ ଗିଭିଙ୍ଗ୍ ମହାସମାରୋହରେ ପାଳନ ହୋଇଯାଇଛି ।।

Jun 18, 2024 - 12:19
 0  18
।। ରାୟଗଡା ଜିଲ୍ଲାରେ ଆର୍ଟ ଅଫ୍ ଗିଭିଙ୍ଗ୍ ମହାସମାରୋହରେ ପାଳନ ହୋଇଯାଇଛି ।।

ରାୟଗଡା ସହରର ସେଞ୍ଚୁରିଆନ ୟୁନିଭର୍ ସିଟି କ୍ୟାମ୍ପସ ଠାରେ ଆର୍ଟ ଏଫ୍ ଗିଭିଙ୍ଗ୍ ନେଇ ଏକ ସଭାର ଆୟୋଜନ ଅନୁଷ୍ଠିତ ହୋଇଯାଇଛି। ସେଠାରେ ବୃଦ୍ଦାଶ୍ରମର ଅନ୍ତେବାସୀ ମାନେ ଯୋଗଦେଇ ସେଠାରେ ସେମାନଙ୍କୁ ଅର୍ଣ୍ଣ ବସ୍ତ୍ର ପ୍ରଦାନ କରାଯାଇଥିଲା । ସେହିଭଳି ରାୟଗଡା ସହରର ସେବାସମାଜରେ ମଧ୍ୟ ଆର୍ଟ ଅଫ୍ ଗିଭିଙ୍ଗ୍ ନେଇ ଏକ କାର୍ୟ୍ୟକ୍ରମ ର ଆୟୋଜନ କରାଯାଇଥିଲା । ସଠାରେ ଥିବା ଅନ୍ତେବାସୀଙ୍କ ସହିତ ସମୟ ବିତେଇବା ସହିତ ସେମାନଙ୍କୁ ମଧ୍ୟ ବିଭିନ୍ନ ସହାୟତା କରାଯାଇଥିଲା । ସେବାସମାଜର ସୁମିତ୍ରା ଦାଶ ଓ ଦିପ୍ତିମୟୀ ପ୍ରଧାନ ପ୍ରମୂଖ ସହଯୋଗ କରିଥିଲେ । ସହରର ତେଜସ୍ବୀ ହୋଟେଲ ପରିସରରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ୍ ଗିଭିଙ୍ଗ୍ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆର୍ଟ ଅଫ ଗିଭିଙ୍ଗ୍ ର ଜିଲ୍ଲା ସଂଯୋଜକ ଅମୂଲ୍ୟ ରତ୍ନ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାର ଅନୁଷ୍ଠାନିକ ଭାବେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ପ୍ରଦୀପ ପ୍ରଜ୍ବଳନ କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜକ ଅମୂଲ୍ୟ ରତ୍ନ ସାହୁ ପ୍ରାରମ୍ଭରେ ଆର୍ଟ ଅଫ୍ ଗିଭିଙ୍ଗ୍ ର ମହତ ଉଦ୍ଦେଶ୍ୟ ଓ ଏହା କିପରି ସମଗ୍ର ବିଶ୍ବରେ ଧିରେ ଧିରେ ଆଦୃତ ଲାଭ କରି ଏକ ସୁସ୍ଥ ସାମାଜିକ ଜୀବନ ଗଠନରେ ସହାୟକ ହେବ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ଉକ୍ତ ସେବା କୁ ନିଜ ଜୀବନ ର ବ୍ୟତୀତ କରିଥିବା ବିଶିଷ୍ଟ ସମାଜସେବୀ ଶିବପ୍ରସାଦ ପ୍ରସାଦ ନାୟକ, ଓ ସେଞ୍ଚୁରିଆନ ୟୁନିଭର୍ ସିଟିର ନିର୍ଦେଶକ ଡଃ ରାଜେଶ କୁମାର ପାଢୀଙ୍କୁ, ଆର୍ଟ ଅଫ୍ ଗିଭିଙ୍ଗ୍ ତରଫରୁ ସମ୍ମାନୀତ କରାଯାଇଥିଲା । ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଡଃ ଦୁସ୍ମନ୍ତ କୁମାର ମହାନ୍ତି ଡଃ ଅଚ୍ୟୁତ ସାମନ୍ତଙ୍କ ତ୍ୟାଗପୂତ ଜୀବନ ଓ ସେବା ଚିନ୍ତାଧାରା ସମଗ୍ର ବିଶ୍ବକୁ ଦିନେ ନା ଦିନେ ଏକ ସଠିକ ମାର୍ଗ ଦେଖେଇବ ବୋଲି କହିଥିଲେ । ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ନିଜର ସାରବର୍ଭକ ଉଦ୍ ବୋଧନ ଦେଇ ଅସହାୟ ଙ୍କୁ ସହାୟତା କରିବା ସହିତ ସମାଜର ଦାନ ପୁଣ୍ୟ ବିଭିନ୍ନ ଦୃଷ୍ଟାନ୍ତକୁ ଅବତାରଣା କରିଥିଲେ । ଏହି ସଭାରେ ଉପସ୍ଥିତ କିସର ପୁରାତନ ଛାତ୍ରଛାତ୍ରୀ , ବରିଷ୍ଠ ନାଗରିକ , ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ । ବରିଷ୍ଠ ନାଗରିତ ସଂଘ ତରଫରୁ ବିନୋଦ ଚନ୍ଦ୍ର ପଣ୍ଡା, ଯୋଗଦେଇ ଦାନପୂଣ୍ୟର ମହତାକାଂକ୍ଷା ସମ୍ପ୍ରର୍କରେ କହିଥିଲେ । କିଟ୍ସ୍ ଅନୁଷ୍ଠାନ ଘାସିରାମ ମାଝି ଅନ୍ତେବାସୀଙ୍କୁ ଆର୍ଟ ଅଫ ଗିଭିଙ୍ଗ୍ ଦିବସର ମୂଲ୍ୟବୋଧ ସହିତ ଏହାର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଚିନ୍ତାଧାରା ଆଦର୍ଶ ,ସେବାମନୋଭାବ ଓ ମାନବିକତା କିଭଳି ସମଗ୍ର ବିଶ୍ବ କୁ ଆଜି ଦିଗଦର୍ଶନ ଦେଉଛି ସେଥିନେଇ ଅନ୍ତେବାସୀଙ୍କୁ ବୁଝାଇଥିଲେ । ସମସ୍ତ 70 ଜଣ ଅନ୍ତେବାସୀଙ୍କୁ ଙ୍କୁ ଶାଢି ଓ ଲୁଗାପଟା ,ପ୍ରଦାନ କରାଯାଇଥିଲା । ସେଞ୍ଚୁରିଅନ ୟୁନିଭର୍ ସିଟି ର ନିର୍ଦେଶକ ରାଜେଶ ପାଢୀ, କିଟପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଭୂରୀଅଶି ପ୍ରଶଂଶା କରିବା ସହିତ ସେ କିଭଳି ସମଗ୍ର ବିସ୍ବର ଜଣେ ରୋଲ ମଡେଲ ତାହା ବର୍ଣ୍ଣନା କରିଥିଲେ। ଏହି ଅବସରରେ କିଟ ଅନୁଷ୍ଠାନର ସଞୟ ପଟନାୟକ, ଓ ତୃପ୍ତି ମହାନ୍ତି, ରାୟଗଡା ସହରର ସଂସ୍କୃତି ଅନୁଷ୍ଠାନର ସମ୍ପାଦିକା ସରସ୍ବତୀ ସାହୁ , ଲାୟନ୍ସ କ୍ଳବର ସତ୍ୟବାଦି ପତି , ଆଇ.ଏଚ୍.ଆର୍.ସି ର ଶସ୍ମିତା ମହାନ୍ତି ,ଏସ୍.ସୁଜାତା କେ.ସୁମନ ରାଜୁ , ସମ୍ବାଦିକ ସନ୍ତୋଷ କୁମାର ପାଣିଗ୍ରାହୀ , ମାଉଡି ବାରିକ , ସୁବ୍ରତ ଚୌଧୁରୀ ପ୍ରମୂଖ ଯୋଗଦେଇଥିଲେ ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ