।। ରାୟଗଡ଼ା ଠାରେ ଆନ୍ଦ୍ରପ୍ରଦେଶ ର ଉପମୂଖ୍ୟମନ୍ତ୍ରୀ ।।

May 3, 2024 - 00:06
 0  10
।।  ରାୟଗଡ଼ା ଠାରେ ଆନ୍ଦ୍ରପ୍ରଦେଶ ର ଉପମୂଖ୍ୟମନ୍ତ୍ରୀ ।।

ରାୟଗଡ଼ା ଜିଲ୍ଲା ରେ ଆଜି ମଝିଘରିଆଣୀ ମନ୍ଦିର ଠାରେ ଲୋକମାନଙ୍କର ବହୁତ ଗହଳି ହୋଇଥିବାର ଦେଖିବାକୁ ମିଳିଛି l ଏବଂ ସେହି ମନ୍ଦିର ଠାରେ ସାଂସଦ ସପ୍ତଗିରି ଉଲାକା ଓ ଆପ୍ଲାସ୍ଵମି କାଡ୍ରାକା ଏବଂ ତେଲେଙ୍ଗାନାର ଉପ ମୁଖ୍ୟମନ୍ତ୍ରୀ ମାଲୁ ଭଟ୍ଟି ବିକ୍ରମାର୍କାଙ୍କ ସହ ମଝିଘରିଆଣୀ ମାଆ ଙ୍କ ମନ୍ଦିରରେ ଯାଇ ମାଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ନେଲେ l ଏବଂ ରାୟଗଡ଼ାରେ ମଧ୍ୟ ଭୁଲି ଭୁଲି କର୍ମୀ ମାନଙ୍କ ସହିତ ଆଳାପ କହିଛନ୍ତି l ଓ କାଲି ରାହୁଲ ଗାନ୍ଧୀ ଆସିବ ବୋଲି ସମସ୍ତ କର୍ମୀ ମାନଙ୍କୁ କହି ସେମାନଙ୍କ ସହିତ କଥା ହୋଇଛନ୍ତି ଏବଂ ରାୟଗଡ଼ାର ସମସ୍ତ କର୍ମୀ ମାନଙ୍କୁ ରାୟଗଡ଼ା ମିଟିଂ ସଭାରେ ଉପସ୍ଥିତ ରହି ଶୁଣିବା ପାଇଁ କହିଛନ୍ତି l ଓ ସମସ୍ତ ଲୋକଙ୍କ ସହ ଦୁଃଖର ପରିସ୍ଥିତି ବିଷୟରେ କଥା ହୋଇ ରାୟଗଡ଼ା ଜିଲ୍ଲାକୁ ଆମେ ଆଗରେ ଉତ୍ତମ ରୂପେ ବଡେଇବାର ଅଛି ବୋଲି କହି ସେମାନଙ୍କ ଠାରୁ ଶପଥ ନେଇଛନ୍ତି l ଯଦି ଏହି ଇଲେକ୍ସନ ରେ ରାହୁଲ ଗାନ୍ଧୀ ଜିତିଲେ ସବୁ ଭାରତ ସାରା କର୍ମୀ ମାନଙ୍କୁ ସୁବିଧା ରହିଛି ବୋଲି ପ୍ରକାଶ କରିଛନ୍ତି l

ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଓ ରାୟଗଡ଼ା ରୁ ଜଗନ୍ନାଥ ଖୋସଲା ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ