ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଭୂ ଯିଶୁଖ୍ରୀଷ୍ଟଙ୍କ ଜନ୍ମପର୍ବ ଅତି ଧୁମ୍‌ଧାମ୍‌ରେ ପାଳନ କରାଯାଉଛି।

Dec 26, 2023 - 11:58
 0  49
ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଭୂ ଯିଶୁଖ୍ରୀଷ୍ଟଙ୍କ ଜନ୍ମପର୍ବ ଅତି ଧୁମ୍‌ଧାମ୍‌ରେ ପାଳନ କରାଯାଉଛି।

ରାୟଗଡ଼ା ଜିଲ୍ଲା ବିଭିନ୍ନ ଯାଗାରେ ଓ ବିଭିନ୍ନ ବ୍ଲକର ଗ୍ରାମ ମାନଙ୍କରେ ଧୁମ୍ ଧାମରସହ ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ କୁ ବଡ଼ଦିନପର୍ବ ଭାବେ ପାଳନ କରାଯାଇଛି। ବିଷମକଟକ ବ୍ଲକର ଗ୍ରାମାଞ୍ଚଳରେ ବସବାସ କରୁଥିବା ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକମାନେ ଜନ୍ମ ଉତ୍ସବକୁ ମହାଆଡ଼ମ୍ବରେ ପାଳନ କରିଛନ୍ତି I ସମୁଦ୍ର ବୁଡୁଣି ସ୍ଥିତ ବେରସେବା ଚର୍ଚ୍ଚ ଅଫ ଗଡ୍, ସାହଡା ଚର୍ଚ୍ଚ, ଲଟାଗୁଡା ଚର୍ଚ୍ଚ , ଡୁକୁମ ଚର୍ଚ୍ଚ ଏବଂ କୋଦଗୁଲମି ଜେଇଏଲସି ଚର୍ଚ୍ଚରେ ୨୪ ତାରିଖ ରାତିରେ ଲୋକେ ଉଜାଗର ରହି ଯୀଶୁଙ୍କ ଜନ୍ମକୁ ସ୍ବାଗତ କରିଛନ୍ତି । ସ୍ଥାନୀୟ ବୁଡୁଣି ବେରସେବା ଚର୍ଚ୍ଚ ଅଫ୍ ଗଡ଼ର ପାଳକ ପାଉଲ ବଳିୟାରସିଂ ବାଇବେଲ୍‌ ପଠନ କରି 2023 ବର୍ଷ ପୂର୍ବେ ଖ୍ରୀଷ୍ଟ ଯୀଶୁ ଧରାପୃଷ୍ଟରେ ଜନ୍ମ ଗ୍ରହଣ କରିଥିବା କହି ଯୀଶୁଙ୍କ ଜନ୍ମ ବୃତ୍ତାନ୍ତ ପ୍ରଚାର କରିଥିଲେ ।ଛୋଟ ଛୋଟ ପିଲାମାନେ ନାଚ ଗୀତ ସହ ଉପାସନା କରି ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମପର୍ବକୁ ଧୁମ ଧାମରେ ପାଳନ କରି ପରସ୍ପରକୁ ଶୁଭେଚ୍ଛା ବାର୍ଭା ଜଣାଇଥିଲେ। ସେହିଭଳି ମୁନିଗୁଡ଼ା ନିକଟସ୍ଥ ବିଭିନ୍ନ ଗ୍ରାମରେ ପ୍ରଭୁଯିଶୁ ଖ୍ରୀଷ୍ଟଙ୍କ ଜନ୍ମପର୍ବ ଧୁମ୍ ଧାମର ସହିତ ପାଳନ କରାଯାଇଛି। ମୁନିଗୁଡ଼ା ବେଥେଲ ଚର୍ଚ୍ଚ ଠାରେ ଶ୍ରୀମତୀ ସୁଷମା ସିପ୍କା,ଓ ପାଷ୍ଟର ସବିର ହିଆଲ,ଙ୍କ ଦ୍ଵାରା ଚର୍ଚ୍ଚ ଠାରେ ୨୪ ତାରିଖ ମଣ୍ଡଳୀ ସହିତ ଉଜାଗର ରହି ପ୍ରଭୁଯିଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନକୁ ନାଚ ଗିତ କରି ଧୁମ୍ ଧାମରେ ବଡ଼ଦିନକୁ ସ୍ଵାଗତ କରାଯାଇଥିଲା ଏହାସହ ଚର୍ଚ୍ଚ ତରଫରୁ ସନ୍ଧ୍ୟା ସମୟରେ ବିଭିନ୍ନ ନାଚ ଗିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିଲା I ଏହି ବଡ଼ଦିନ ଅବସରରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ବାର୍ଭା ଦେଇଥିଲେ |ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଚର୍ଚ୍ଚ ର ମଣ୍ଡଳୀ ମାନଙ୍କରେ ଶେଷରେ ସମସ୍ତେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ନିଜ ନିଜ ଭିତରେ ବଡମାନଙ୍କୁ,ସନ୍ ମାନ୍ ଦେଇ ଆଲିଙ୍ଗନ କରିଥାନ୍ତିଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ