ରାମଦୋଳି ଯୁବକ ସଂଘ ହସ୍ତକ୍ଷେପ ପରେ ରାସ୍ତା କାମ ଆରମ୍ଭ/ରାମଦୋଳି ଯୁବକ ସଂଘ ର ଦାବି ହେବ ପୂରଣ ନୂଆଗାଁ ହୁଟୁବ ସାହି ରାସ୍ତା କାମ ଆରମ୍ଭ
ରାଇରଙ୍ଗପୁର ୧୯/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା): ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତର ନୂଆଗାଁ ର ହୁଟୁବ ସାହି ରୁ ରାସ୍ତା ବେହାଲ ଥିଲା l ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଥିଲେ। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଥିଲେ। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ ସେଥିପାଇଁ ରାମଦୋଳି ଯୁବକ ସଂଘ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଥିଲେ l ଶେଷରେ ସରକାର ନୂଆଗାଁ ହୁଟୁବ ସାହି ରାସ୍ତା କାମ ଆରମ୍ଭ ହେବା ପରେ ପରେ ଗ୍ରାମବାସୀ ଭୋଗୁଥିବା ଯନ୍ତ୍ରଣାରୁ ମୁକ୍ତି ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0