ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

May 28, 2025 - 20:37
 0  11
ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତରେ  ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ନୂଆପଡ଼ା : ନୂଆପଡ଼ା ଜିଲ୍ଳା ସିନାପାଲି ବ୍ଲକ ରେ ଅଭିଯୋଗ ଶୁଣାଣୀ ଶିବିର ପରେ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରପ୍ରାପ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡ଼ିଓ କାର୍ମୀ ଓରାମ, ଅତିରିକ୍ତ ତହସିଲଦାର , ସ୍ଥାନୀୟ ସରପଞ୍ଚ ଦେବବ୍ରତ ସୂପକାର, ଏ ସି ଏଫ୍, ଏମ୍ ଏମ୍ ସାଲିହା ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ସମାରୋହରେ ଅତିଥିମାନେ ନବଜାତକ ଶିଶୁ କନ୍ୟା ଆରାଧ୍ୟା ହେର୍ଣ୍ଣାକୁ କୋଳରେ ଧରି ତା ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।ସେମାନଙ୍କ ପିତାମାତାଙ୍କୁ ଉପହାର ପ୍ରଦାନ କରି ସେମାନଙ୍କ ଦ୍ୱାରା ନୂତନ ବୃକ୍ଷ ରୋପଣ କରାଇଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ତିନି ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ସେମାନଙ୍କ ପରିବାରକୁ ଏହି ଆଗାମୀ ଦିନର ମାଆମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଉତ୍ସାହିତ କରିଥିଲେ l ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ରାଣୀମୁଣ୍ଡା ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଏହାକୁ ସିନାପାଲି ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ସିନାପାଲି ସିଡିପିଓ ଝରଣା ଶତପଥୀ , ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଜିଲ୍ଲାରେ ଏଇ ସୁନ୍ଦର ବାର୍ତ୍ତା ଦେବାପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରୟାସ କରିଛନ୍ତି ଯେ ଗୋଟିଏ ସୁସ୍ଥ ସମାଜ ପାଇଁ ଝିଅ ଏବଂ ଗଛ ଉଭୟ ଅତ୍ୟନ୍ତ ଜରୁରୀ ଅଟେ l ସମଗ୍ର ସମାଜ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ଆବଶ୍ଯକ l ଜିଲ୍ଲପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜନ ଶୁଣାଣୀ ଦିବସ ଅପରାହ୍ନରେ ଗୋଟିଏ ଗୋଟିଏ ଗ୍ରାମ ପଞ୍ଚାୟତରେ ଏଭଳି ନିଆରା କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ଅନୁଷ୍ଠିତ ହୋଇ ବିଶେଷ ଜନାଦୃତି ଲାଭ କରିଛି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ