ରାଜ୍ୟସ୍ତରୀୟ ସାହାଣୀ କପ ଫୁଟବଲ ଚମ୍ପିୟାନସିପ ପାଇଁ ମୟୁରଭଞ୍ଜର ୨୫ ଜଣିଆ ଦଳ ଘୋଷିତ

Jul 15, 2025 - 20:24
 0  13
ରାଜ୍ୟସ୍ତରୀୟ ସାହାଣୀ କପ ଫୁଟବଲ ଚମ୍ପିୟାନସିପ ପାଇଁ ମୟୁରଭଞ୍ଜର ୨୫ ଜଣିଆ ଦଳ ଘୋଷିତ

ବାରିପଦା - ତା :- ୧୪/୦୭/୨୦୨୫ ରିଖ ଫୁଟବଲ ଏସୋସିଏସନ ଅଫ ଓଡିଶା ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୬୪ ତମ ରାଜ୍ୟସ୍ତରୀୟ ବରିଷ୍ଠ ଆନ୍ତଃଜିଲ୍ଲା ଫୁଟବଲ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ୨୫ ଜଣିଆ ଦଳ ଘୋଷିତ ହୋଇଯାଇଛି I ରାଇସେନ ଟୁଡୁ (ଅଧିନାୟକ), ମାନଚିତ୍ର ମାର୍ଣ୍ଡି (ଉପ ଅଧିନାୟକ) ଙ୍କ ସମେତ ଜୀବନ ବାସ୍କେ, ନାରଣ ମୁଣ୍ଡା, ଵିଶାଲ ଟୋପୋ, ରାମଚନ୍ଦ୍ର ହେମ୍ବ୍ରମ, ସିପୁନ ହାଁସଦା, ଜିତମଲ ଟୁଡୁ, ମାଙ୍ଗତ ମାର୍ଣ୍ଡି, ରାମଚନ୍ଦ୍ର ବେଶ୍ରା, ମାନସିଂ ମାଝୀ, ଭରତ ଚନ୍ଦ୍ର ମାଝୀ, ସାଲାହୀ ଟୁଡୁ, ସୁକୁଲ ହେମ୍ବ୍ରମ, ଠାକୁର ହେମ୍ବ୍ରମ, ଗଣେଶ ସୋରେନ, ରଘୁନାଥ ସୋରେନ, ବାବୁଲି ନାଏକ, ନୀଲେଶ ତିଗା, ବୀରସିଂ ନାଏକ, ଲକ୍ଷ୍ମଣ ମାଝୀ, ଠାକୁରା ମୁର୍ମୁ, ମାଟୁ ଟୁଡୁ, ସୁମିତ କୁମାର ଓ ସିଲୁ ମୁର୍ମୁ ଦଳରେ ସାମିଲ ଅଛନ୍ତି I ଦଳ ସହିତ କୋଚ ଅବନୀ ମୋହନ ମହାନ୍ତି ଓ ମେନେଜର ଭାବେ ଶ୍ରୀନିବାସ ହେମ୍ବ୍ରମ ଗସ୍ତ କରିଛନ୍ତି I ଚଳିତ ମାସ ୧୭ ତାରିଖ ଦିନ ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ କୋରାପୁଟ ସହିତ ଖେଳିବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଦଳ ଗସ୍ତ କରିବା ପୂର୍ବରୁ ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ, ସ୍ପୋର୍ଟସ ହଷ୍ଟେଲର ଫୁଟବଲ କୋଚ ଅବନୀ ମୋହନ ମହାନ୍ତି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସହ ସମ୍ପାଦକ ହରପ୍ରସାଦ ପାତ୍ର, ଅମ୍ବିକା ରାଉତ ଓ ବରିଷ୍ଠ ସଦସ୍ୟ ରାଜୀବ ଜେନା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ