ରାଇକିଆ ରେ ଆପ୍ ର ସା°ଗଠନିକ ବୈଠକ :କର୍ମକର୍ତ୍ତଙ୍କୁ ଗୁରୁମନ୍ତ୍ର ଦେଲେ ନୂତନ ଜିଲ୍ଲା ସଭାପତି ଜେରବାଶ ଦିଗାଲ

Jun 10, 2026 - 10:46
 0  37
ରାଇକିଆ ରେ ଆପ୍ ର ସା°ଗଠନିକ ବୈଠକ :କର୍ମକର୍ତ୍ତଙ୍କୁ ଗୁରୁମନ୍ତ୍ର  ଦେଲେ ନୂତନ ଜିଲ୍ଲା ସଭାପତି ଜେରବାଶ ଦିଗାଲ

(ରୋନାଲ ଦିଗାଲ ଫାଷ୍ଟ ନିୟୁଜ ଓଡିଶା ) ରାଇକିଆ, [ତା :08/6/26] : କନ୍ଧମାଳ ଜିଲ୍ଲା: ଆମ ଆଦମୀ ପାର୍ଟି (AAP ) ର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜେରବାଶ ଦିଗାଲ ପ୍ରଥମ ଥର ପାଇଁ ରାଇକିଆ ଅଞ୍ଚଳ ଗସ୍ତ କରିଛନ୍ତି। ଏହି ଅବଶରେ ସ୍ଥାନୀୟ କର୍ମକର୍ତ୍ତା ଓ ସମର୍ଥକଙ୍କ ପକ୍ଷରୁ ତାଙ୍କୁ ଭଵ୍ୟ ସ୍ୱାଗତ ସମ୍ଭଦ୍ଧନା ଦିଆଯାଇଥିଲା। ଏହାପରେ ରାଇକିଆ ଠାରେ ଏକ ସା°ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ନୂତନ ଜିଲ୍ଲା ସଭାପତି ଶ୍ରୀ ଦିଗାଲ ଦୋଳର ଆଦର୍ଶ ଏବଂ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ରଖୀ ଥିଲେ। ସେ କହିଥିଲେ ଯେ, ଆମ ଆଦମୀ ପାର୍ଟି ସର୍ବଦା ସାଧାରଣ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଏବଂ ମୌଳିକ ସମସ୍ୟାର ସମାଧାନ ପାଇଁ କାମ କରିଆସୁଛି। କନ୍ଧମାଳ ଜିଲ୍ଲାର ପ୍ରତିଟି କୋଣ ଅନୁକୋଣରେ ଦଳର ଏହି ଜନହିତକର ବାର୍ତ୍ତାକୁ ପହଞ୍ଚାଇବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ବିଶେଷ କରୀ ରାଇକିଆ ଅଞ୍ଚଳର ସ୍ଥାନୀୟ ସମସ୍ୟା ଗୁଡିକର ସମାଧାନ ପାଇଁ ଦଳ ଆଗାମୀ ଦିନରେ ସୂର ଉତୋଳନ କରିବ ଏବଂ ସ°ଗଠନକୁ ତୃଣମୂଳ ସ୍ତରକୁ ଅଧିକ ମଜଭୁତ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଇକିଆ ଅଞ୍ଚଳର ବହୁ ସ°ଖ୍ୟକ ଆପ୍ କର୍ମକର୍ତ୍ତା, ସ୍ଥାନୀୟ ନେତୃବୃନ୍ଦ ଏବଂ ସାଧାରଣ ଜନତା ଉପସ୍ଥିତ ରହି ନୂତନ ସଭାପତିଙ୍କୁ ଶୁଭେଚ୍ଛା ଜଣେଇବା ସହ ଦଳୀୟ କାର୍ଯ୍ୟକୁ ଆଗକୁ ବଢା଼ଇବା ପାଇଁ ସ°କଳ୍ପ ନେଇଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ