ମୟୁରଭଞ୍ଜ ପ୍ରାଥମିକ ଶିକ୍ଷକ ସଙ୍ଘ (ଏନ ପି ଏସ) ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

May 13, 2025 - 21:18
 0  15
ମୟୁରଭଞ୍ଜ ପ୍ରାଥମିକ ଶିକ୍ଷକ ସଙ୍ଘ (ଏନ ପି ଏସ) ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବାରିପଦା - ତା :- ୧୩/୦୫/୨୦୨୫ ରିଖ ମୟୁରଭଞ୍ଜ ପ୍ରାଥମିକ ଶିକ୍ଷକ ସଙ୍ଘ ( ନୂତନ ପେନସନ ଯୋଜନା ଭୁକ୍ତ ) ତରଫରୁ ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କର ସମସ୍ୟା ଗୁଡିକର ଆଶୁ ସମାଧାନ ନିମନ୍ତେ ଏକ ଦାବିପତ୍ର ବିଶୋଇ ସର୍କିଟ ହାଉସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଛି I ସମସ୍ୟା ଗୁଡିକ ହେଲା ୧ - ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ପ୍ରଥା ଉଛେଦ କରିବା ସହ ୨୦୦୧ ମସିହାରୁ ଠିକାରେ କାର୍ଯ୍ୟ କରିଥିବା ଶିକ୍ଷକମାନଙ୍କର ୬/୮ ବର୍ଷର ଠିକା କାର୍ଯ୍ୟକାଳକୁ ନିୟମିତ ନିୟମିତ କାର୍ଯ୍ୟକାଳ ରୂପେ ଗଣନା କରି ବେତନବୃଦ୍ଧି ଓ ଅନ୍ୟାନ୍ୟ ସୁଵିଧା ପ୍ରଦାନ କରିବା, ୨ - ଭାରତର ୨୨ ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥିବା ଅବିକଳ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ୩ - ୨୦୨୨ ମସିହାରୁ ବନ୍ଦ ରହିଥିବା ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତିକୁ ତ୍ୱରାନ୍ୱିତ କରିବା, ୪ - ନୂତନ ପେନସନ ଯୋଜନାକୁ ଉଛେଦ କରି ପୁରାତନ ପେନସନ ଯୋଜନା ପୁନଃ ପ୍ରଚଳନ କରିବା I ରାଜ୍ୟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ସଭାପତି ହରେକୃଷ୍ଣ ବାରିକ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ମହାନ୍ତ, ସଂଗଠନ ସମ୍ପାଦକ ଗଦାଧର ନାୟକ, କୋଷାଧ୍ୟକ୍ଷ୍ୟ ପ୍ରଦୀପ କୁମାର ନାଥ, ରାଜ୍ୟ ଜୋନ ସମ୍ପାଦକ ଭବେଶ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଦୀପକ ପାତ୍ରଙ୍କ ସମେତ ଶିକ୍ଷକ ନେତା ମନୋଜ କୁମାର ବେହେରା ଓ ସୁଶୀଲ କୁମାର ପାତ୍ର ଏବଂ ବହୁ ଶିକ୍ଷକ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ I ଏହି ଦାବିପତ୍ର ପ୍ରଦାନ ସମୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ