ମୋ ପୋଖରୀ କାମରେ ଅନିୟମିତତା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ମହିଳା ଗୋଷ୍ଠୀ

Jun 26, 2024 - 12:25
 0  46
ମୋ ପୋଖରୀ କାମରେ ଅନିୟମିତତା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ମହିଳା ଗୋଷ୍ଠୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ରେ ମୋ ପୋଖରୀ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଖରିଆର ରୋଡ୍‌ର ୧୭ଟି ମହିଳା ଏସ୍ଏଚ୍‌ଡି ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟି ଏହା ଉପରେ ତଦନ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ, ଖରିଆର ରୋଡ୍‌ରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ସହରୀ ବିକାଶ ଦ୍ଵାରା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଜରିଆରେ ୩ଟି ମୋ ପୋଖରୀର ନବୀକରଣ କରାଯାଇଛି । ତନ୍ମଧ୍ୟରୁ ୱାର୍ଡ ନଂ ୯ ମୁଣ୍ଡାଗାଁରେ ମୋ ପୋଖରୀ କାମ ହୋଇଛି । ଏହି ଗାଁରେ ୧୭ଟି ଏସ୍ଏଚ୍‌ଜି ରହିଛି । କିନ୍ତୁ ସେମାନେଙ୍କୁ ନିୟୋଜିତ ନ କରି ଏନ୍ଏସି ପକ୍ଷରୁ ଅନ୍ୟ ୱାର୍ଡର ଏସ୍ଏଚ୍‌ଜିକୁ ୧ କୋଟି ୮୦ ଲକ୍ଷ ୮୬ ହଜାର ଟଙ୍କାରେ ଏହି ମୋ ପୋଖରୀ ନିର୍ମାଣ ପାଇଁ ନିୟୋଜିତ କରାଯାଇଛି। ତା’ ସହ ଏହି ମୋ ପୋଖରୀ କାମ ବିଷୟରେ ୱାର୍ଡସ୍ତରରେ କିମ୍ବା ଏନ୍ଏସି ସ୍ତରରେ କୌଣସି ବୈଠକ ମଧ୍ୟ ହୋଇ ନାହିଁ । ସେହିପରି ଏହି କାମ ପାଇଁ ଆସିଥିବା ଅନୁଦାନ ହଡ଼ପ ପାଇଁ ଚକ୍ରାନ୍ତ ହେଉଥିବା ଏହି ଏସ୍ଏଚ୍‌ଜି ସଦସ୍ୟମାନେ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲାପାଳ ଅଭିଯୋଗ ଗ୍ରହଣ କରି ଏହା ଉପରେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ମୁଣ୍ଡାଗାଁ ରାଧାରାଣୀ ମହିଳା ଏସ୍ଏଚ୍‌ଜି, ମହାଲକ୍ଷ୍ମୀ, ଜାୟଗାଁ, ବିଦ୍ୟାବାସିନୀ, ସରସ୍ଵତୀ ଆଦି ମହିଳା ଏସ୍ଏଚ୍‌ର ଶତାଧିକ ମହିଳା ଉପସ୍ଥିତ ଥିଲେ। ଏ ବାବଦରେ ଖରିଆର ରୋଡ୍ ଏନ୍‌ଏସି ନିର୍ବାହୀ ଅଧିକାରୀ କମଳାହାସନ ରଥ କହିଛନ୍ତି ଯେ, ମୁଣ୍ଡାଗାଁରେ ମୋ ପୋଖରୀ ନାମରେ ନିମୟ ଅନୁସାରେ ସ୍ଥାନୀୟ ମହିଳା ଗୋଷ୍ଠୀକୁ ପ୍ରଥମେ ସୁଯୋଗ ଦିଆଯାଇଛି । କିଛି ମହିଳା ଗୋଷ୍ଠୀ ନୂଆ ଗଠନ ହୋଇଥିବାରୁ ସେମାନଙ୍କୁ ଦିଆଯାଇ ନାହିଁ । ତେଣୁ ସେମାନେ ଅଭିଯୋଗ କରିଥିବା କହିଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିସଗା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ