।। ମୁନିଗୁଡା ବ୍ଲକର ଜଗଦଲପୁର ଗତି ଗୁଡ଼ା ଗାଁ ରେ ଝାଡ଼ାବାନ୍ତି, ଜଣେ ମୃତ ୯ ଜଣ ଆକ୍ରାନ୍ତ, ଗାଁରେ ୫ ଜଣିଆ ଡାକ୍ତରୀ ଟିମ୍ ।।

Aug 31, 2024 - 16:34
 0  16
।। ମୁନିଗୁଡା ବ୍ଲକର ଜଗଦଲପୁର ଗତି ଗୁଡ଼ା ଗାଁ ରେ ଝାଡ଼ାବାନ୍ତି, ଜଣେ ମୃତ ୯ ଜଣ ଆକ୍ରାନ୍ତ, ଗାଁରେ ୫ ଜଣିଆ ଡାକ୍ତରୀ ଟିମ୍ ।।

ରାୟଗଡ଼ା ଜିଲ୍ଲା :-31/୦୮/୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ମୁନିଗୁଡା ବ୍ଲକ୍ ରେ ଝାଡ଼ାବାନ୍ତି ବ୍ୟାପିଛି, ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆକ୍ରାନ୍ତ ହେଇଛନ୍ତି, ଗାଁରେ ୫ ଜଣିଆ ଡାକ୍ତରୀ ଟିମ୍ ପହଞ୍ଚିଛି।ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଜଗଦଲପୁର ପଞ୍ଚାୟତ ଅନ୍ତର୍ଗତ ଗତିଗୁଡ଼ା ଗାଁ ରେ ଝାଡ଼ାବାନ୍ତି ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତାଙ୍କ ନାମ ସିମା ନାଣାକା, ଆଉ ନଅ ଜଣ ଆକ୍ରାନ୍ତ ହେଇଛନ୍ତି ଏହି ଖବର ପାଇ ଗାଁରେ ୫ ଜଣିଆ ଡ଼ାକ୍ତର ଟିମ୍ ପହଞ୍ଚି ଚିକିତ୍ସା କରୁଛନ୍ତି, ଆକ୍ରାନ୍ତଙ୍କୁ ଓଆରଏସ୍ ଦେବା ସହିତ ଔଷଧ ଓ ସାଲାଇଁନ ଦେଉଛନ୍ତି ବର୍ତ୍ତମାନ ସ୍ଥିତି ସ୍ଥିର ରହିଛି। ଆକ୍ରାନ୍ତ ହେବା ପରେ ପ୍ରଥମେ ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ କିଛି ଗୁରୁତର ଆକ୍ରାନ୍ତଙ୍କ ମାନଙ୍କୁ ରାୟଗଡ଼ା ଜିଲା ମୂଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ