ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ହାଟପଦାସାହି ପରିକ୍ରମା : ମହିରାବଣ ବଧ ଓ ତରଣୀସେନ ବଧ ମଞ୍ଚସ୍ଥ

May 30, 2025 - 20:53
 0  9
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ହାଟପଦାସାହି ପରିକ୍ରମା : ମହିରାବଣ ବଧ ଓ ତରଣୀସେନ ବଧ ମଞ୍ଚସ୍ଥ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୨୫ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୮ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଯାତ୍ରା ସରିବାକୁ ଆଉ ମାତ୍ର ଏକ ସପ୍ତାହ ବାକି ଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଅସ୍ଥାୟୀ ପୀଠ ରେ ମା 'ପାଟଖଣ୍ଡା ଙ୍କ ସମେତ ମା' କନକ ଦୁର୍ଗା, ମା' ଡେଙ୍ଗସିଲ, ମା' ବରାଳଦେବୀ, ମା' ମହାମାୟୀ ଓ ମା' ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l ପଞ୍ଚ ଦେବୀ ସହ ମା'ଦକ୍ଷିଣ କାଳୀ ଙ୍କୁ ଶେଷ ପର୍ଯ୍ୟାୟ ରେ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ଏଣୁ ସପରିବାରେ ଆସି ମା 'ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା'ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।ଅସ୍ଥାୟୀ ମଣ୍ଡପ ନିକଟରେ ନୟାଗଡ ଜିଲ୍ଲା ଭାପୁର ନିକଟସ୍ଥ ଏଲପଡା ଗ୍ରାମର ଯାତ୍ରା ସମ୍ରାଟ ଓଁ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ବାଳିକା ରାମ ନାଟ୍ୟ ସଂସଦର ଜୋତିର୍ମୟୀ ମହାପାତ୍ର ଙ୍କ ବଳିଷ୍ଠ ନିର୍ଦେଶନାରେ ପ୍ରସିଦ୍ଧ ମହିରାବଣ ବଧ ଓ ତରଣୀସେନ ବଧ ସଫଳତର ସହ ମଞ୍ଚସ୍ଥ ହୋଇଥିଲା l ଏଥିରେ ଶତାଧିକ ନାଟ୍ୟ ପ୍ରେମୀ ଉପସ୍ଥିତ ରହି ଉପଭୋଗ କରିଥିଲେ l ଶୁକ୍ରବାର ୨୫ ଦିନରେ ହାଟପଦା ସାହି ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ l ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ଦୁଲଦୁଲି ନୃତ୍ୟ ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ଏନଏସି ଛକ ଦେଇ ହାଟପଦା ସାହି ରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା' ମାନଙ୍କୁ ପାଛୋଟି ନେଇଥିଲେ l ଉକ୍ତ ପୂଜା ମଣ୍ଡପରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା' ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ l ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା l ଶନିବାର ଦିନ ପାତ୍ରସାହି, ଜକିସାହି, କାମନା ସାହି, ପୂଜାରୀ ସାହିକୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରବିବାର ଦିନ ଗୁଣ୍ଡିଚା ମାର୍ଗ ଅଞ୍ଚଳ କୁ ମା' ଙ୍କ ଆଗମନ ଥିବା ଜଣା ପଡିଛି l ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି l ଏଥିରେ ଯାତ୍ରା କମିଟି ସହ ହାଟପଦା ସାହି ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

 କନ୍ଧମାଳ ଜିଲ୍ଲରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ