ମାରାଗୁଡ଼ା ଲୋକ ମହୋତ୍ସବ ଉପଲକ୍ଷେ ପ୍ରକାଶିତ ହେବାକୁ ଥିବା "ନୂଆପଡା ଦର୍ପଣ" ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ

Mar 18, 2025 - 20:18
 0  8
ମାରାଗୁଡ଼ା ଲୋକ ମହୋତ୍ସବ ଉପଲକ୍ଷେ ପ୍ରକାଶିତ ହେବାକୁ ଥିବା "ନୂଆପଡା ଦର୍ପଣ"  ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ

ନୂଆପଡା ; ମାରାଗୁଡ଼ା ଲୋକ ମହୋତ୍ସବ- ୨୦୨୫ ଉପଲକ୍ଷେ ପ୍ରକାଶିତ ହେବାକୁ ଥିବା "ନୂଆପଡା ଦର୍ପଣ" ସ୍ମରଣିକା କମିଟିର ବୈଠକ ମୁଖ୍ୟ ସମ୍ପାଦକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମାରାଗୁଡ଼ା ସଭ୍ୟତା, ନୂଆପଡା ଜିଲ୍ଲାର ଇତିହାସ, ଐତିହ୍ୟ, କଳା, ସଂସ୍କୃତି, ସାହିତ୍ୟ, କୀର୍ତ୍ତିରାଜି ସମ୍ବନ୍ଧିତ ଲେଖା ପ୍ରେରଣ କରିବା ପାଇଁ ଇଚ୍ଛୁକ ଲେଖକ କବି ମାନଙ୍କୁ ଅନୁରୋଧ କରା ଯାଇଥିଲା। ଓଡିଆ, ଇଂରାଜୀ, ହିନ୍ଦୀ ଏଭଳି ତିନି ଭାଷାରେ ଆସିଥିବା ପ୍ରବନ୍ଧ, କବିତା ସବୁ ପ୍ରକାଶନ ପାଇଁ ମନୋନୀତ କରିବା ପାଇଁ ସ୍ମରଣିକା କମିଟିର ସଦସ୍ୟ ମାନଙ୍କ ଏକ ବୈଠକ ୧୭/୦୩ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ଏଥିରେ ସ୍ମରଣିକା କମିଟି ସଦସ୍ୟ ଡଃ ଫଣିନ୍ଦମ୍ ସିଂହଦେବ, ଡଃ ରାମଚନ୍ଦ୍ର ମିଶ୍ର, ଡଃ ଗୀତାଶ୍ରୀ ପ୍ରିୟମ୍ବଦା , ସାମୁଏଲ୍ ଦାନି, ମାୟାଧର ସରାଫ, ଓମ୍ ପ୍ରକାଶ ଯୋଷୀ, ପ୍ରବୋଧ ହୋତା, ସୁଶାନ୍ତ ବିଶି, ଲୋହିତାକ୍ଷ ଯୋଷୀ , ଗୌରାଙ୍ଗ ସାହୁଙ୍କ ଭଳି ସ୍ୱନାମଧନ୍ୟ ସାହିତ୍ୟିକ କବି ଲେଖକ ଯୋଗ ଦେଇଥିଲେ। ଚୟନ ହୋଇଥିବା ଲେଖା ମାନଙ୍କ ସହିତ ଆକର୍ଷଣୀୟ ମୁଦ୍ରଣ ଏବଂ ପରିପାଟିରେ ନୂଆପଡା ଦର୍ପଣ ପ୍ରକାଶିତ ହେବ। ଏହାର ପ୍ରକାଶନ ଦାୟିତ୍ଵ ୟୁରାନିଆ ପବ୍ଲିଶିଂ ହାଉସ୍, ବରଗଡ଼ ଙ୍କୁ ନ୍ୟସ୍ତ କରାଯାଇଛି। ଏହି ଅବସରରେ ସ୍ଵଳ୍ପ ସମୟ ମଧ୍ୟରେ ଲେଖା ସବୁ ପଠାଇଥିବା କବି ଲେଖକ ତଥା ସ୍ମରଣିକା କମିଟିର ସଦସ୍ୟ ମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଛନ୍ତି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ