ମାଦଳ ମହୁରୀ ଉତ୍ସବ - ୨୦୨୬ ଉଦଯାପିତ ( ନାଟକ "ମରୀଚିକାର ଛାଇ" ମଞ୍ଚସ୍ଥ )

Apr 10, 2026 - 19:08
 0  3
ମାଦଳ ମହୁରୀ ଉତ୍ସବ - ୨୦୨୬ ଉଦଯାପିତ ( ନାଟକ "ମରୀଚିକାର ଛାଇ" ମଞ୍ଚସ୍ଥ )

ବାରିପଦା - ତା :- ୧୦/୦୪/୨୦୨୬ ରିଖ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦୁର୍ଯ୍ୟ - ସରସ୍ବତୀ ସାଂସ୍କୃତିକ ପରିଷଦ ଓ ସୌଖିନ କଳାକାର କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩ ଦିନିଆ ମାଦଳ ମହୁରୀ ଉତ୍ସବ - ୨୦୨୬ ଉଦଯାପିତ ହୋଇଯାଇଛି I ଶେଷ ସନ୍ଧ୍ୟାରେ କ୍ଷୀରୋଦ ସିଟଙ୍କ ରଚିତ ତଥା ନିର୍ଦ୍ଦେଶିତ ନାଟକ "ମରୀଚିକାର ଛାଇ" ରେ କାକୋଲୀ ନନ୍ଦି ଓ କ୍ରିଷ୍ଣା ଦାସଙ୍କ ଅଭିନୟ ଦର୍ଶକଙ୍କୁ ସ୍ତବ୍ଧ କରିଥିଲା I ନାଟକ ପ୍ରାରମ୍ଭରେ ପରିଷଦର ମୁଖ୍ୟ ସଂଯୋଜକ କ୍ଷୀରୋଦ ବିହାରୀ ସିଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବିଶିଷ୍ଟ ନାଟ୍ୟକାର ହରିଶ ଚନ୍ଦ୍ର ବେହେରା, ପ୍ରାକ୍ତନ ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର, ପ୍ରୋ. ଝରଣା ବେହେରା, ଅଭିନେତା ନିର୍ଦ୍ଦେଶକ ଅନ୍ନଦା ଶଙ୍କର ଦାଶ, ରାଜେଶ ଦାଶ ଓ ଗୋକୁଳ ଚନ୍ଦ୍ର ଦାସ, ଶିଶୁ ନାଟ୍ୟକାର ଇ. ମନୋଜ କୁମାର ଦଳବେହେରା, ଗୀତିକାର ତଥା ପ୍ରାକ୍ତନ ଅଧ୍ୟକ୍ଷ ସୁନୀଲ କୁମାର ଜେନା ଓ ରବି ଚାଉପଟ୍ଟନାୟକ ପ୍ରମୁଖ ଯୋଗଦେଇ ମାଦଳ ମହୁରୀ ଉତ୍ସବର ପରିକଳ୍ପନା ପାଇଁ ଆୟୋଜକଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାର ଉତ୍ତୋରତର ଉନ୍ନତି କାମନା କରିଥିଲେ I ଏହି ଅବସରରେ ନାଟକ କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ନାଟ୍ୟକାର ହରିଶ ଚନ୍ଦ୍ର ବେହେରାଙ୍କୁ ଏବଂ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ସୁଧାମୟୀ ଦାସ ଓ କାବେରୀ ମିଶ୍ରଙ୍କୁ "ଶ୍ରୀକାନ୍ତ ଦେ ସ୍ମୃତି ସମ୍ମାନ" ରେ ସମ୍ବର୍ଦ୍ଧିତ କରାଯାଇଥିଲା I କୁନି ଓଡ଼ିଶୀ କଳାକାର ନୟନିକା ମହାନ୍ତିଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା I ସୋମନାଥ ସିଂହ ଓ ଗୌରବ ସିଟ ମଞ୍ଚ ପରିଚାଳନା କରିଥିଲେ I ମା ତୁଳସୀ କୁଡ଼ମାଲୀ ନୃତ୍ୟ ଦଳର ଝୁମର ନୃତ୍ୟ ମଧ୍ୟରେ ଅନିରୁଦ୍ଧ ଜେନାଙ୍କ ତରଫରୁ ଟ୍ରଫି ଓ ଅନୁଷ୍ଠାନ ତରଫରୁ ପ୍ରମାଣପତ୍ର ସୌଖିନ କଳାକାର କ୍ଲବର ସମ୍ପାଦକ ଅନିଲ କୁମାର ପ୍ରଧାନ ଓ ଦୁର୍ଯ୍ୟ ସାହିତ୍ୟ ସାଂସ୍କୃତିକ ପରିଷଦର ଉପ ସଭାପତି ସବିତା ସିଟଙ୍କ ହାତରେ ସମସ୍ତ ନାଟକର ନିର୍ଦ୍ଦେଶକ ଓ କଳାକାରଙ୍କୁ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା I ଶେଷରେ ଉତ୍ସବର ସଫଳତା ପାଇଁ ମୁଖ୍ୟ ଆୟୋଜନ ଶ୍ରୀ ସିଟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ