।। ମହୁଲ ପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲ ପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ଉଦଯାପନ ହୋଇ ଯାଇଛି lତା:୧୨.୦୨.୨୦୨୪ ରିଖରେ Self Defence Training Programme ( ଆତ୍ମ ସୁରକ୍ଷା ତାଲିମ କାର୍ଯକ୍ରମ ଉଜ୍ଜାପନି ସଭାକୁ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଲକ୍ଷ୍ମୀଧର ନାଏକ ଙ୍କ ସଭାପତିତ୍ବ ରେ ଆୟୋଜନ କରା ଯାଇଥିଲା । ମୁଖ୍ୟ ଅତିଥି ରୂପେ ମହୁଲ ପାଟଣା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରତନି ମାଝୀ ଯୋଗ ଦେଇ ଥିବା ବେଳେ ସମ୍ମାନନୀୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ସୋମନାଥ ନାଏକ ଯୋଗ ଦେଇ ଥିଲେ। ସଭା ପରିଚାଳନା କରିଥିଲେ ଅଧ୍ୟାପକ ବଳଭଦ୍ର ହରିଜନ। ଆତ୍ମ ସୁରକ୍ଷା ତାଲିମ କାର୍ଯକ୍ରମ ଗତ ତା:୦୩/୦୨/୨୦୨୪ ରୁ ଆରମ୍ଭ ହୋଇ ଛାତ୍ରୀ ମାନଙ୍କୁ ଦୀର୍ଘ ଆଠ ଦିନ ପ୍ରଶିକ୍ଷଣ ଦେଲାପରେ ଆଜି ଉଜ୍ଜପାନି ସଭା ଆୟୋଜନ କରା ଯାଇଛି। ଉକ୍ତ ପ୍ରଶିକ୍ଷଣ ଦେଉଥିଲେ ପ୍ରଶିକ୍ଷକ ଲିପିକା ପଟେଲ । ଶେଷ ଦିନରେ ସମସ୍ତଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସଭା ସାଙ୍ଗ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






