ମହର୍ଷି ବିଦ୍ୟାଳୟରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ
ବାରିପଦା ତା 31/10 ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ଶନିବାର ବାରିପଦା ସ୍ଥିତ ମହର୍ଷି ବିଦ୍ୟାଳୟରେ ଏକ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ଫାଉଣ୍ଡେସନର କାର୍ଯ୍ୟକ୍ରମ ସଂଯୋଜିକା ଅନିତା ବେହେରା ଛାତ୍ରଛାତ୍ରୀଙ୍କୁ କର୍କଟ ରୋଗର କାରଣ, ପ୍ରାରମ୍ଭିକ ଲକ୍ଷଣ ଓ ପ୍ରତିରୋଧର ଉପାୟ ସମ୍ପର୍କରେ ସଚେତନ କରାଇଥିଲେ। ଶରୀରରେ କୌଣସି ଅସ୍ୱାଭାବିକ ଲକ୍ଷଣ ଦେଖାଦେଲେ ତାହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଓ ଆବଶ୍ୟକ ପରୀକ୍ଷା କରାଇବା ଉଚିତ ବୋଲି ସେ କହିଥିଲେ। ନିଜେ ଜଣେ କର୍କଟ ବିଜୟିନୀ ଭାବେ ଶ୍ରୀମତୀ ବେହେରା ନିଜର ସଂଘର୍ଷ ଓ ସୁସ୍ଥ ହେବାର ଅନୁଭୂତି ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଶାସକ ଅଶୋକ କୁମାର କର, ଅଧ୍ୟକ୍ଷ କାଜଲ କାନ୍ତି ମହାପାତ୍ର ଓ ବରିଷ୍ଠ ଶିକ୍ଷୟିତ୍ରୀ ଇପ୍ସିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉତ୍ସାହର ସହ ଭାଗ ନେଇଥିଲେ। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ବେହେରାଙ୍କ ଏହି ମହତ ପ୍ରୟାସକୁ ପ୍ରଶଂସା କରିବା ସହ ମୟୂରଭଞ୍ଜ ଜିଲ୍ଲାରେ କର୍କଟ ରୋଗର ପ୍ରତିରୋଧ ଓ ସଚେତନତା ବୃଦ୍ଧି ଦିଗରେ ଏଭଳି ପଦକ୍ଷେପର ଆବଶ୍ୟକତା ରହିଥିବା କହିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0