ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

Mar 2, 2025 - 07:39
 0  14
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା ସଦର ବ୍ଳକ ମାଉଲିଭଟା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଉଲିଇଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସରସି ଯୋଶୀ ଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ସାଢେ 11 ଟା ସମୟରେ ଆଜି ଶନିବାର ଥିବାରୁ ସ୍କୁଲ ଛୁଟି ପରେ ନିଜ ସ୍କୁଟିରେ ସରସି ଘରକୁ ଫେରୁଥିଲେ କିନ୍ତୁ ମାଉଲିଭଟା ଛକରେ ତାଙ୍କୁ ଏକ ପିକଅପ ଧ୍ହକା ଦେଇଥିଲା । ଧ୍ହକା ଏତେ ଭୟଙ୍କର ଥିଲା ଯେ ସରସି ପିକଅପ ର ଚକ। ତେଳେ କିଛି ବାଟ ଘୋଶାତି ହୋଇଯାଇଥିଲେ । ତାଙ୍କର ଡାହାଣ ହାତ, ଡାହାଣ ଗୋଡ, ବାମ ହାତ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ପଛରେ ଅସୁଥିବା ମାଉଲିଭଟା ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦୁର୍ଘଟଣା ଘଟିବା ଦେଖି ତୁରନ୍ତ ସରସିଙ୍କ ସ୍ୱାମୀ ବିଶ୍ଵରଞ୍ଜନ ମିଶ୍ର (ଟିବୁ) ଙ୍କୁ ଫୋନ କରିବା ସହ ଅଭୁଲାନ୍ସ ତାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । କିନ୍ତୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସଦରଥାନା ପୋଲିସ ଆସି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ କରାଇଥିଲେ ଓ ଶବ୍ଦ ବ୍ୟବଭେଦ ପରେ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଆସନ୍ତ ଜାଲି ମୃତ ଶିକ୍ଷୟିତ୍ରି ସରସିଙ୍କ ଅନ୍ତିମ ସଂସ୍କାର ନୂଆପଡା ଶ୍ମଶାନ ରେ କରାଯିବ କାରଣ ତାଙ୍କର ଏକମାତ୍ର ପୁତ୍ର ବିକ୍ରlନ୍ତ ସୁଦୂର ରାଜସ୍ଥାନର କୋଟାରେ ପାଠ ପଢୁଥିବାରୁ ସେ ଆସି ନୂଆପଡା ରେ ପହଂଚିବାପରେ ଅନ୍ତିମ ସଂସ୍କାର କରାଯିବା ନେଇ ତାଙ୍କ ପରିବାର ସୁତ୍ରରୁ ଜଣାପଡିଛି । ଅଜି ମୃତ ଶିକ୍ଷୟିତ୍ରିଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସାମୀ ବିଶ୍ବ ରଞ୍ଜନ ମିଶ୍ର, ଦେଢ ଶୁର ବିଭୁଦତ ମିଶ୍ର, ବଡ଼ ଯା ମିନାକ୍ଷୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଖବର ପାଇ ମୃତ ଶିକ୍ଷୟିତ୍ରୀଙ୍କ ବାପ ଘର ଲୋକେ ଜିଲାମୁଖ୍ୟ ଚିକିତ୍ସାଳୟରେ ପହଂଚି ଅନ୍ତିମ ଦର୍ଶନ କରିଥିଲେ । ଅଜି ନୁଆପଡାରେ ଏଇ ଦୁଖଦ ଖବର ଶୁଣି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲୋକାରଣ୍ୟ ହୋଇଯାଇଥିଲା । ଏହି ଅବସରରେ ଭାଜପା ର ବରିଷ୍ଠ ନେତୃମଣ୍ଡଳି ପ୍ରସନ୍ନକୁମାର ପାଢୀ,ସରୋଜ କୁମାର ସାହୁ, ଶୁଶାନ୍ତ ପତି, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ