ମରଣ ଯନ୍ତା ପାଲଟିଥିବା ରାସ୍ତା ଉପରେ କେବେ ଦୃଷ୍ଟି ଦେଈ ମରାମତି କରିବେ ପ୍ରଶାସନ୍
ଦାରିଙ୍ଗବାଡ଼ି : ୭/୧୧/୦୨୬ଗ୍ରାମାଞ୍ଚଳ ବିକାଶ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି ରାଜ୍ୟ ସରକାର ହେଲେ ଯୋଜନା ଗୁଡ଼ିକ ଖାତା କଲମରେ ସୀମିତ ରହୁଛି I ବାରମ୍ୱାର ଅଭିଯୋଗ ପରେ ବି ବିକାଶ ହୋଈ ପାରୁନି ଗ୍ରାମାଞ୍ଚଳ କୌଣସି ସ୍ଥାନରେ ଗୋଟିଏ ଭଲ ରାସ୍ତା ନିର୍ମାଣ ହୋପାରିନାହିଁ ଚିର ନିଦ୍ରାରେ ଶୋଇ ପଡ଼ିଛନ୍ତି ବ୍ଲକ୍ ପ୍ରଶାସନ ଏ ପରି ମରଣ ଯନ୍ତା ପାଲଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ଗ୍ରାମପଞ୍ଚାୟତର ଗଡ଼ାମାଠାରୁ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତା ଉପରେ ନୂଆଗାଁ, କିନାରି ଗାଁ, କୂଟଲ୍ୟାରଣା, ସାଙ୍ଗୋଡ଼ାମା, ବାଘପୋଡ଼ା ଓ ଗଡ଼ାମା ଆଦି ଗ୍ରାମର ପ୍ରାୟ ୧୫୦୦ଉର୍ଦ୍ଧ ଲୋକ ନିର୍ଭରଶୀଳ କରୁଛନ୍ତି |ଦୀର୍ଘଦିନ ଧରି ରାସ୍ତାଟି ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇ ଯାତାୟାତ ପାଇଁ ଅନୁପଯୋଗୀ ହୋଇପଡ଼ିଛି । ଫଳରେ ଗ୍ରାମବାସୀମାନେ ଦୈନନ୍ଦିନ ଯାତାୟାତ ସହ ସ୍ବାସ୍ଥ୍ୟସେବା, ଶିକ୍ଷା, ବଜାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପାଇବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ରୋଗୀ, ଗର୍ଭ ବତୀ ମହିଳା, ଛାତ୍ର ଛାତ୍ରୀ ଓ ବୃଦ୍ଧବୃଦ୍ଧାଙ୍କ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଏହି ସମସ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଝିଞ୍ଜିରିଗୁଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଚାନ୍ଦିନୀ ପ୍ରଧାନ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଉକ୍ତ ୭ କିଲୋମିଟର ରାସ୍ତାର ତୁରନ୍ତ ତଦନ୍ତ କରି ମରାମତି ଓ ସ୍ଥାୟୀ ରକ୍ଷଣାବେକ୍ଷଣ ପାଇଁ ଦାବି କରିଛନ୍ତି । ଜନସାଧାରଣଙ୍କ ଯାତାୟାତ ସୁବିଧା, ଗ୍ରାମାଞ୍ଚଳର ବିକାଶ ଓ ଲୋକଙ୍କ ମୌଳିକ ଆବଶ୍ୟକତାକୁ ଗୁରୁତ୍ବ ଦେଇ ପ୍ରଶାସନ ତୁରନ୍ତ ଏହି ରାସ୍ତା ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସରପଞ୍ଚ ଶ୍ରୀମତୀ ପ୍ରଧାନ ଅନୁରୋଧ କରିଛନ୍ତି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0