ମନରେଗା ଯୋଜନାର ବିଭିନ୍ନ ମାନଦଣ୍ଡରେ ଓଡ଼ିଶାରେ ନୂଆପଡ଼ା ଜିଲ୍ଲାର ସ୍ଥିତି ମଜଭୁତ

ନୂଆପଡ଼ା,ତା -26.11.24 ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାରେ ଥିବା ମାନଦଣ୍ଡ ରେ ସମଗ୍ର ରାଜ୍ୟରେ ନୂଆପଡ଼ା ଜିଲ୍ଲାର ସ୍ଥିତି ମଜଭୁତ ରହିଛି l ଏକ୍ଟିଭ ଜବ୍ କାର୍ଡ ରେ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା ରେ ଜିଲ୍ଲା ଦ୍ଵିତୀୟ ସ୍ଥାନରେ ରହିଛି l କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ରେ ଦ୍ୱିତୀୟ ଏଵଂ ରାଜ୍ୟ ସରକାର ଙ୍କ ବିଭିନ୍ନ ବିଭାଗ ଦ୍ୱାରା ଶ୍ରମ ଦିବସ ସୃଷ୍ଟି ରେ ରାଜ୍ୟରେ ତୃତୀୟ ସ୍ଥାନରେ ଅଛି l ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବାରେ ଜିଲ୍ଲା ଦ୍ଵିତୀୟ ସ୍ଥାନରେ ଏଵଂ ସେମାନଙ୍କୁ 100 ଦିନର କାମ ଯୋଗାଇ ଦେବା ରେ ଚତୁର୍ଥ ସ୍ଥାନ ପାଇଛି l ଆଧାର ଲିଙ୍କ ଏକାଉଣ୍ଟ୍ ଜରିଆରେ ମଜୁରୀ ପ୍ରଦାନ କ୍ଷେତ୍ରରେ ଜିଲ୍ଲା ସପ୍ତମ ସ୍ଥାନରେ ଅଛି lକାମ କରିବାର 7 ଦିନ ଭିତରେ ଠିକ୍ ସମୟ ସୀମା ମଧ୍ୟରେ ଶ୍ରମିକ ମାନଙ୍କୁ ମଜୁରୀ ଯୋଗାଇ ଦେବା ଏବଂ ମନରେଗା ଏରିଆ ଅଫିସର୍ ଆପ୍ ର ବ୍ୟବହାର ଅଧିକାରୀ ମାନଙ୍କ ଦ୍ୱାରା କରିବାରେ ସମଗ୍ର ରାଜ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି l ମନରେଗା ଯୋଜନାର ବିଭିନ୍ନ ମାନଦଣ୍ଡରେ ଜିଲ୍ଳାର ଉତ୍ତମ ପ୍ରଦର୍ଶନ ପାଇଁ ଜିଲ୍ଲପାଳ ମଧୁସୂଦନ ଦାଶ ଏଵଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଯୋଜନାରେ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ମନରେଗା ଶ୍ରମିକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l ସମସ୍ତଙ୍କ ଆନ୍ତରିକ ସହଯୋଗ ଫଳରେ ନୂଆପଡ଼ା ଜିଲ୍ଲା ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲା ରେ ରୂପାନ୍ତରିତ ହୋଇ ପାରିବ ବୋଲି ସେ କହିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






