।। ଭିନ୍ନକ୍ଷମଙ୍କୁ ଚାଉଳ ନାହିଁ କି ଘର ଟିଏ ନାହିଁ:୪ପ୍ରାଣୀ କୁଟୁମ୍ବ କଷ୍ଟେମଷ୍ଟେ ଜୀବନ ଜୀଉଁଛନ୍ତି ।।

May 6, 2024 - 17:40
 0  12
।। ଭିନ୍ନକ୍ଷମଙ୍କୁ ଚାଉଳ ନାହିଁ କି ଘର ଟିଏ ନାହିଁ:୪ପ୍ରାଣୀ କୁଟୁମ୍ବ କଷ୍ଟେମଷ୍ଟେ ଜୀବନ ଜୀଉଁଛନ୍ତି ।।

କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ପଞ୍ଚାୟତ ଅନ୍ତର୍ଗତ ପିପିଳିଆ ବଡ଼ ସାହିରେ ରହୁଛନ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଦେବାନନ୍ଦ ମହାପାତ୍ର (୪୯) । ଗୋଡ଼ ଅଚଳ ହେବାରୁ ହ୍ୱିଲ ଚେୟାର ହିଁ ଏବେ ସାହା ଭରସା। ୭୦ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରମାଣପତ୍ର ପାଇଛନ୍ତି। ତେବେ ସେ ଚଳିବାକୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରେ ୪ ପ୍ରାଣୀ କୁଟୁମ୍ବ ତାଙ୍କର ପୁଅ ଝିଅ ସ୍ତ୍ରୀ ସହ ରହନ୍ତି। ଭିନ୍ନକ୍ଷମ ହେବା ସତ୍ତ୍ୱେ ସେ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି। ଏପରିକି ତାଙ୍କୁ ଆବାସ ଘର ଖଣ୍ଡିଏ ପାଇବା ଏଯାଏ ସ୍ବପ୍ନ ହୋଇଛି। ସେ ପଞ୍ଚାୟତ ରୁ ଅଫିସ ବ୍ଲକ୍ ଯାଏ ସବୁ ଆଡ଼େ ଗୁହାରି କଲେ ମଧ୍ୟ କେହି ଶୁଣିବାକୁ କେହି ନାହିଁ । ତେଣୁ ପ୍ରଶାସନ ତାଙ୍କୁ ତୁରନ୍ତ ଚାଉଳ ଓ ଖଣ୍ଡିଏ ଆବାସ ଘର ଯୋଗାଇ ଦେବାକୁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ