।। ଭାରସାମ୍ୟ ହରାଇ ଦୁର୍ଘଟଣା ଜଣେ ଗୁରୁତର ।।

Jul 24, 2024 - 19:34
 0  6
।। ଭାରସାମ୍ୟ ହରାଇ ଦୁର୍ଘଟଣା ଜଣେ ଗୁରୁତର ।।

ପାଟଣା-220 ନଂ ଜାତୀୟ ରାଜପଥ ପାଟଣା-ସାହାରପଡା ରାସ୍ତାର ବୈତରଣୀ ପୋଲ ନିକଟରେ ଆଜି ଅପରାହ୍ନ ରେ କରଞ୍ଜିଆ ଆଡ଼କୁ ଯାଉଥିବା 2 ଟି ବାଇକ ଭାରସାମ୍ୟ ହରାଇ ପରସ୍ପର ମଧ୍ୟରେ ଧକ୍କା ହେବାରୁ 2 ବାଇକ ଚାଳକଙ୍କ ମଧ୍ୟରୁ ଜଣେ ଗୁରୁତର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।ହରିଚନ୍ଦନ ପୁର ଥାନା ଅଞ୍ଚଳ ଚକ୍ରଧରପୁର ଗ୍ରାମର ଶୁଶାନ୍ତ ନାଏକ(୨୮) ଓ ରବିନ୍ଦ୍ର ଦଣ୍ଡପାଟ (୩୪)କରଞ୍ଜିଆ ଯାଉଥିବା ସମୟରେ ଏହି ଘଟଣା ଘଟିଛି।ପାଟଣା ଥାନା ଏ ଏସ ଆଇ ନୂଆସ ଲୁଗୁନ ଘଟଣାର ତଦନ୍ତ କରୁଛନ୍ତି।ଉଭୟ ଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ପରେ ଗୁରୁତର ଥିବା ସୁଶାନ୍ତ ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।ପୁଲିସ ମତରସାଇକେଲ କୁ ଜବଦ କରି ଘଟଣାର ଏହି ଘଟଣାର ତଦନ୍ତ କରୁଛନ୍ତି ବୋଲି ସୂଚନା ମିଳିଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ