ବ୍ଲକ ସ୍ତରୀୟ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୪-୨୫ ଅନୁଷ୍ଠିତ

Nov 9, 2024 - 20:40
 0  5
ବ୍ଲକ ସ୍ତରୀୟ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୪-୨୫ ଅନୁଷ୍ଠିତ

ନୂଆପଡା : ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ନୂଆପଡା ଏବଂ ସଦର ପଂଚାୟତ ସମିତି ନୂଆପଡା ଆନୁକୁଲ୍ୟରେ ସ୍ଥାନୀୟ ନ୍ୟାସନାଲ ହାଇସ୍କୁଲ ନୂଆପଡା ଠାରେ ବ୍ଲକ ସ୍ତରୀୟ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ୨୦୨୪- ୨୫ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ଅଧିକାରୀ ଅନନ୍ତ କୁମାର ହେମରମଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ବ୍ଲକ ଚ୍ୟାରମେନ ତାରେଶ୍ଵରୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ଶିବିର ର ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ଦିଲ୍ଲିପ ନିର୍ମଲକର ଭାଇସ ଚ୍ୟାରମେନ ନୂଆପଡା ବ୍ଳକ, ଉମା ଠାକୁର ଜିଲ୍ଲାପରିଷଦ ସଦସ୍ୟା ନୂଆପଡା, ଜୋଗେଶ୍ଵର ଭୋଇ ଆଡିସ୍ଲାଲ ସିଡିଓ ଜିଲ୍ଲାପରିଷଦ ନୂଆପଡା, ରୋହିତ ଭୋଇ ବିଡିଓ ନୂଆପଡା, କମଲାସନ ରଥ ଏନଏସି ଇଓ ଖରିଆରୋଡ, ଚନ୍ଦନ ଶତପଥୀ ଏନଏସି ଇଓ ନୂଆପଡା, ଭକ୍ତବନ୍ଧୁ ଧରୁଆ ପିତ୍ରଡି ଆସୋସିଏସନ ନୂଆପଡା ପ୍ରମୁଖ ଯୋଗଦାନ କରି ଭିନ୍ନକ୍ଷମ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ଲୋକମୋଟର ଡିଜାବିଲିଟି ୨୦୧ଜଣ, ଭିଜୁଆଲ ଇମପ୍ରେୟାରମଂଟ ୪୧ଜଣ, ହେୟାରରିଙ୍ଗ ଇମପ୍ରେୟାରମେଟ ୫୫ଜଣ, ମେଟାଲ ରିଟ୍ରାଡେସନ ୩୬ଜଣ, ସିକିଲ ସେଲ ୯ ଜଣ ଡିଆରଆଇ ଲୋନ ୨୦ଜଣ ବାଣିଶୀ ୧୨ଜଣ ବସ ପାସ ୭୯ଜଣ ଟ୍ରେନ ପାସ ୧୮ଜଣ ପେନସନ ୬୩ଜଣ ଏଡ ଏଣ୍ଡ ଆପଲାଇନସ୍ ୨୨ଜଣ, ମେରେଜ ଇନସେଟିଭ ୨ଜଣ ଏହି ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରେ ଯୋଗଦାନ କରି ଆୟୋଜିତ ସ୍ୱାସ୍ଥ୍ୟ ମେଲାରେ ନିଜ ନିଜ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ଜିଲ୍ଲା ପ୍ରୋଗ୍ରାମ ଅଫିସର ରୋହିତ କୁମାର ରଣା, ହରେକୃଷ୍ଣ ନାୟକ ବିଏସଏସଓ, ଭରତ ଭୁଷଣ ସହିଂସା ଜୁନିୟର ଆସିଷ୍ଟାଣ୍ଡ, ମଦମନ ମାଝୀ ପ୍ରୋଗ୍ରାମ ଆସିଷ୍ଟାଣ୍ଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ