।। ବୈପାରୀଗୁଡ଼ା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଟଙ୍କା ନେଉଥିବା ଭିଡିଓ ଭାଏରାଲ ।।

May 28, 2023 - 09:25
 0  103
।।  ବୈପାରୀଗୁଡ଼ା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଟଙ୍କା ନେଉଥିବା ଭିଡିଓ ଭାଏରାଲ ।।

କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାସନିଗୁଡା ଗ୍ରାମରେ ବିଭାଗୀୟ ଅଧିକାରି ଜଣକ ଗୋଟିଏ ବାଛୁରୀକୁ ଇଞ୍ଜେସନ ଦେଇଥିଲେ ଏବଂ ଦେବା ପରେ 500 ଟଙ୍କା ମାଗିଥିଲେ,ବାଛୁରୀର ମାଲିକ 200 ଟଙ୍କା ଘରେ ଦେଇ ଥିଲେ ଆଉ ବଳକା 300 ଟଙ୍କା ବାଛୁରୀ ମାଲିକ ନାରଦ ବିଶୋଇଙ୍କ ଠାରୁ ବିଭାଗୀୟ ଅଧିକାରୀ ଅଫିସରେ ଟଙ୍କା ନେଇଥିଲେ, ସେହି ଭିଡିଓଟି ବର୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଅଧିକାରିଙ୍କୁ ପଚାରି ବୁଝିବାରୁ ସେ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମର ବାହାରେ ଯାଇକି କିଛି ଚିକିତ୍ସା କରିବାର ନିୟମ ନାହିଁ କିନ୍ତୁ ବଡ଼ ଜୀବଜନ୍ତୁ ହେଲେ ଆମେ ଯାଉ ଏବଂ ପେଟ୍ରୋଲ ଖର୍ଚ୍ଚ ପାଇଁ କିଛି ଟଙ୍କା ନେଇଥାଉ ଆଉ ବେଳେ ବେଳେ ଯଦି କିଛି ଔଷଧ ବାହାରେ କିଣିକି ନେଲେ ଟଙ୍କା ନେଇଥାଉ,ସେଥିପାଇଁ ଟଙ୍କା ନେଲୁ ବୋଲି କହିଛନ୍ତି । ଏହି ପରି କିଛି ଦିନ ପୂର୍ବରୁ ବିଭାଗୀୟ ଯନ୍ତ୍ରୀ ଜଣେ ବିଲ ପାସ କରିବା ପାଇଁ ପଇସା ଲାଞ୍ଚ ନେଇ ନିଲମ୍ବିତ ହୋଇଥିଲେ ହେଲେ ଏହି ପରି ବୈପାରୀଗୁଡା ବ୍ଲକରେ ସରକାରୀ କର୍ମଚାରୀ ମାନଙ୍କ ଲାଞ୍ଚ କାରବାର ବଡିବାକୁ ଲାଗିଥିବା ବେଳେ ପ୍ରଶାସନ କୋଣ ପଦକ୍ଷେପ ନେବ ସେ ଅପେକ୍ଷା ଦେଖିବାକୁ ବାକି ରହିଲା ।

 ବୈପାରିଗୁଡ଼ା ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ