ବେତନଟୀ ରେଞ୍ଜ ଅଧୀନ ପାଉଁଶିଆ ବଡ଼ଯଡ଼ ବନ୍ଧ ଠାରେ ଵେଦେଶୀ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ବଡ଼ସାହି : ବେତନଟୀ ରେଞ୍ଜ କାର୍ଯ୍ୟାଳୟ ତରଫରୁ ବେତନଟୀ ଥାନା ଅଧୀନ ବଡ଼ଯଡ଼, ଆମ୍ଭଯୋଡ଼ା, ଶୁଖିଲାହାର, ଦାନ୍ତିଆଁମୁହାଁ, ସାରିଆବନ୍ଧ, ବାଉଁଶନଦୀ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳ ରେ ବନାଞ୍ଚଳ ଅଧିକାରୀ ମୋନହୋର ଖାଁ ଙ୍କ ନେତୃତ୍ୱ ରେ ମୟୁରଭଞ୍ଜ ଜିଲ୍ଲା ବିଭିନ୍ନ ଅଞ୍ଚଳ ର ବନପାଳ ତଥା ରବିନାରାୟଣ ମହାନ୍ତି, ପ୍ରଶାନ୍ତ ସିଂ, ଚିନ୍ତାମଣି ମହାପାତ୍ର, ଦୀପକ କୁମାର ପାତ୍ର, ନିହାର ରଞ୍ଜନ ସାମଲ, ରତିକାନ୍ତ ବେଉରା, ଓ ଗଜ ସାଥୀ ଉପସ୍ଥିତ ରହି ଶନିବାର ଵେଦେଶୀ ପକ୍ଷୀ ମାନଙ୍କର ଗତିବିଧି କୁ ଅନୁଧ୍ୟାନ କରିବା ସହିତ ଗଣନା କରିବା ସହିତ ବିଦେଶୀ ପକ୍ଷୀ ମାନଙ୍କର ସୁରକ୍ଷା ବାବଦରେ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ l ତେବେ ଏହି କାର୍ଯ୍ୟକ୍ରମ କିଛିଦିନ ଚାଲୁ ରହିବାର ଅଛି ବୋଲି ସୂଚନା ମିଳିଛି l
What's Your Reaction?






