।। ବିଷମକଟକରେ ଜାତୀୟ ବିଦ୍ୟୁତ ସୁରକ୍ଷା ସଚେତନ ସପ୍ତାହ ପାଳିତ ।।

Jul 19, 2024 - 20:31
 0  47
।। ବିଷମକଟକରେ ଜାତୀୟ ବିଦ୍ୟୁତ ସୁରକ୍ଷା ସଚେତନ ସପ୍ତାହ ପାଳିତ ।।

ବିସମକଟକ ତା:-୨୧୯/୦୭/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ରାୟଗଡା ଜିଲ୍ଲା ବିଷମକଟ ବ୍ଲକରେ ଜାତୀୟ ବିଦ୍ୟୁତ ସୁରକ୍ଷା ସଚେତନ ସପ୍ତାହ ପାଳିତ ଏହି ପାଳନ ଅବସରରେ ରେ ଆଜି ଟାଟା ପୱ।ର ର ମୁଖ୍ୟ( H. R)ଶ୍ରୀ ସମ୍ପତ କୁମାର ବିଶ୍ୱାଳ, ଦେବ ଚନ୍ଦନ ଘଡେଇ ଓ ଦେବଦତ୍ତ ପଟନାୟକ ଙ୍କ ନିର୍ଦେଶ କ୍ରମେ ବିଷମକଟକ ବିଦ୍ୟୁତ ବିଭାଗ ର ସମସ୍ତ ବିଦ୍ୟୁତ କାର୍ଯ୍ୟକର୍ତ୍ତା ମାନଙ୍କ ଉପସ୍ଥିତରେ ଗ୍ରାମର ଲୋକ ମାନଙ୍କୁ ବିଦ୍ୟୁତ ସୁରକ୍ଷା ସଚେତନ ପାଇଁ ସବ ଷ୍ଟେସନ କାର୍ଯ୍ୟଳୟ ଠାରୁ ବିଦ୍ୟୁତ ସୁରକ୍ଷା ନାରା ବାଜି ଦେଇ ବିଷମକଟକ ସହର ପରିକ୍ରମା କରି ବିଦ୍ୟୁତ ସୁରକ୍ଷା ରେ ଲୋକଙ୍କୁ ଜଣାଇଥିଲେ । ଝଡ଼, ବର୍ଷା ଓ ତୋଫାନ ପରେ ଛିଣ୍ଡି ପଡ଼ି ଥିବା ବିଦ୍ୟୁତ ତାର ନିକଟକୁ ଯାଆନ୍ତୁ ନାହିଁ ତୁରନ୍ତ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ କୁ ଜଣାନ୍ତୁ l ଚଡକ, ବିଜୁଳି ଓ ଘଡ ଘଡି ମାରୁଥିବା ସମୟରେ ଘରୁ ବାହାରନ୍ତୁ ନାହିଁ କିମ୍ବା ଗଛ ତଳେ ରୁହନ୍ତୁ ନାହିଁ l ବିଦ୍ୟୁତ୍ ମରାମତି କାର୍ଯ୍ୟ କେବଳ କୁଶଳୀ କାରିଗର ଦ୍ୱାରା ହିଁ କରାନ୍ତୁ l ବିଦ୍ୟୁତ ଲାଇନ ତଳେ କୌଣସି ନିର୍ମାଣ କାର୍ଯ୍ୟ କରାନ୍ତୁ ନାହିଁ ଏଭଳି ବିଦ୍ୟୁତ୍ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନ ଉପରେ ଜଣାଇଥିଲେ l ଏଥିରେ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ବହୁ ସଂଖ୍ୟରେ ଯୋଗଦେଇଥିଲେ l

ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ