ଉଦ୍ୟାନ କୃଷି ବିଭାଗ ଚାଷିଙ୍କ ପାଖରେ ସମସ୍ତ ଯୋଜନା ପହଞ୍ଚିବାରେ ସଫଳତା ବହୁତ କମ
ଉଦ୍ୟାନ କୃଷି ବିଭାଗ କୌଣସି ଯୋଜନା ଠିକ ଭାବରେ ପହଞ୍ଚିପାରୁନାହିଁ ଚାଷିଙ୍କ ପାଖରେ, ଏହି ବିଭାଗ କର୍ମଚାରୀମାନେ ଯୋଜନା ବାବଦକୁ ଚାଷି ମାନଙ୍କୁ ସମ୍ପୁର୍ଣ୍ଣ ରୂପରେ ତଥ୍ୟ ଜଣାଉନାହାନ୍ତି। ଫଳରେ ହଜାର ହଜାର ଏକର ଚାଷଜମି ପଡ଼ିଆ ପଡୁଛି। ପ୍ରତ୍ୟେକ ବ୍ଲକ ଅଧିନରେ ଥିବା ସହକାରୀ ଉଦ୍ୟାନ କୃଷି ଅଧିକାରୀ ହୁଅନ୍ତୁ ବା ତାଙ୍କ ଅଧିନରେ କାର୍ଯ୍ୟାରତ କର୍ମଚାରୀମାନ ଙ୍କର ଖାମଖିଆଲି ମନଭାବ ହେତୁ ଚାଷି ପାଖରେ ପହଞ୍ଚି ବାରେ ବିଫଳ ହେଉଛି ସରକାରଙ୍କ ମାଳମାଳ ଯୋଜନା। ଫିଲଡରେ ବୁଲିବୁଲି କାର୍ଯ୍ୟ କରିବା ବଦଳରେ ଅଫିସ୍ ରେ ବସି ସମୟ ବିତାଉଛନ୍ତି । କିଛି କର୍ମଚାରୀ ନିଜ ହୋମ ବ୍ଲକରେ ଦୀର୍ଘଦିନ ଧରୀ ରହିଛନ୍ତି। ଫଳରେ ମନମୁଖୀ କାର୍ଯ୍ୟ କରୁଛନ୍ତି। ପ୍ରକୃତ ହିତାଧିକାରୀ ଙ୍କୁ ମିଳୁନି ସୁବିଧା ଫଳରେ ବଞ୍ଚିତ ହେଉଛି ଏହି ଗରୀବଅସହାୟ ଚାଷି । ଦୀର୍ଘ ଦୀନ ନିଜ ହୋ ମ ବ୍ଲକରେ କାର୍ଯ୍ୟାରତ କର୍ମଚାରୀଙ୍କୁ ବଦଳୀପାଇଁ ସରକାରୀ ସ୍ତରରେ ନିୟମ କୁ ଅଣଦେଖା କରୁଛନ୍ତି ଅଧିକାରୀ। ଏହି ପରି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅଧିନରେ । ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମଚାରୀ ମହୋଦୟ ନିଜ ହୋମବ୍ଲକରେ ଆଜିକୁ ଦୀର୍ଘଦିନ ହେବ କାର୍ଯ୍ୟକରୁଛନ୍ତି ମାତ୍ର ବଦଳି ହେଉନାହିଁ । ଅଧିକାରୀଙ୍କ ଏହା ଏକ ପ୍ରକାର ସରକାରୀ ନିୟକକୁ ଉଲଘ୍ନ ବା ଅଣ ଦେଖା କହିଲେ କିଛି ଭୁଲ ହେବ ନାହିଁ। ଏହାକୁ ବୁଦ୍ଧିଜୀବିମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ବାବୁଙ୍କୁ କେଁଉ ଉଦେଶରେ ବଦଳି କରାଯାଉନାହିଁ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0