ଅଜଣା ବାଇକ ଧକ୍କାରେ ଜଣେ ଗୁରୁତର
କୋଲାଵିରା, ୨୭ ।୩(ଫାଷ୍ଟ ନ୍ୟୁଜ ଓଡିଶା): କୋଲାବିରା ଥାନା ଏନଏଚ ୪୯ ପତ୍ରାପାଲି ପେଟ୍ରୋଲପମ୍ପ ସମାନରେ ଜଣେ ବ୍ୟକ୍ତି ରାସ୍ତା ପାରି ହୋଉଥିବା ସମୟରେ ଏକ ବାଇକ ଧକ୍କା ଦେଇ ଦୃତଗତୀରେ ଫେରାର ମାରିଥିବା ଜଣାପଡିଛି । ଉକ୍ତ ଦୁର୍ଘଟଣାରେ ଆହତ ବ୍ୟକ୍ତିଜଣକ ବାରକୋଟ ବାହାଡାପୋଷି ଖିଲେଇ ଗ୍ରାମର ଦୁତିଆ ଗଡନାୟକ(୪୨) ବୋଲି ଜଣାପଡିଛି ସେ ସଂଧ୍ୟା ସାଢେ ୮ ଟା ସମୟରେ ପେଟ୍ରୋଲ ପମ୍ପ ସାମନାରେ ରାସ୍ତା ପାରି ହେଉଥିବା ସମୟରେ ଝାରସୁଗୁଡା ପଟୁ କୋଲାବିରା ଆଡକୁ ଆସୁଥିବା ଏକ ଆପାଚି ବାଇକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ତାଙ୍କ ଗୋଡ ୨-୩ ଜାଗାରୁ ଭାଙ୍ଗି ଯାଇଥିଲା ଏବଂ ସେ ସଂଜ୍ଞାହୀନ ଅବସ୍ଥାରେ ରାସ୍ତାକତକୁ ଗୁରୁଣ୍ଡି ପଡିଥିଲେ । ସୁଚନା ପାଇଁ କୋଲାବିରା ଅଗ୍ନୀଶମ ବାହିନୀର କର୍ମଚାରୀ ଘଟଣାସ୍ଥଲକୁ ପହଂଚି ଆହତଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରେଇଛନ୍ତି । କୋଲାବିରା ପୁଲିସ ପକ୍ଷରୁ ମାମଲାର ତଦନ୍ତ କରାଯାଉଥିବା ବେଳେ ଦୁର୍ଘଟଣା ଘଟେଇ ଫେରାର ମାରିଥିବା ବାଇକର ସନ୍ଧାନ ମିଲିପାରିନାହିଁ ।ତେବେ ଘଟଣା ନିକଟରେ ଉପସ୍ଥିତ ଥିବା ଲୋକେ ବାଇକ ଓ ଚାଳକ କୋଲାବିରା ବସ୍ତି ର ବୋଲି କହୁଥିବା ଶୁଣିବାକୁ ମିଲିଛି ।
କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0