ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଗ୍ରାମ ବାସି I

Jun 13, 2026 - 18:08
 0  29
ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଗ୍ରାମ ବାସି I

ଫିରିଙ୍ଗିଆ, ୧୩/୬ (ସଲମନ୍ ବିନ୍ଧାଣୀ): କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତର ବିଭିନ୍ନ ଜନସମସ୍ୟାର ସମାଧାନ ଦାବି କରି ଗ୍ରାମବାସୀମାନେ ବିଧାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ପ୍ରତିନିଧି ଶ୍ରୀ ପ୍ରଶାନ୍ତ କୁମାର କମ୍ପ ଙ୍କ ଜରିଆରେ ଏହି ଦାବିପତ୍ର ହସ୍ତାନ୍ତର କରାଯାଇଥିଲା। ସୂଚନା ଅନୁଯାୟୀ, ସୁମେରବନ୍ଧ ପଞ୍ଚାୟତର ବଜଡି ଗ୍ରାମରେ ଦୀର୍ଘଦିନ ଧରି ଅନେକ ମୌଳିକ ସମସ୍ୟା ଲାଗି ରହିଛି। ବିଶେଷକରି ରବିଲାଦାରୁ ତେମାଙ୍ଗି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଦାବି ଜୋର ଧରିଛି। ସେହିପରି ବଜଡି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ନିକଟବର୍ତ୍ତୀ ଅଞ୍ଚଳରେ ଅନ୍ୟ କୌଣସି ବିଦ୍ୟାଳୟ ନଥିବାରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୬ କିଲୋମିଟର ଦୂରକୁ ଯାଇ ପାଠପଢ଼ିବାକୁ ପଡୁଛି। ଫଳରେ ଶିକ୍ଷାଗ୍ରହଣରେ ବହୁ ଅସୁବିଧା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ଦାବି କରି ଗ୍ରାମବାସୀମାନେ ବିଧାୟକ ପ୍ରତିନିଧି ଶ୍ରୀ ପ୍ରଶାନ୍ତ କୁମାର କମ୍ପ ଙ୍କୁ ଗ୍ରାମକୁ ଆମନ୍ତ୍ରଣ କରିଥିଲେ। ସେ ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ବିଧାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଗ୍ରହଣ କରିଥିଲେ।ଏହି ଅବସରରେ ଗ୍ରାମର ମୁଖିଆ ଚକ୍ର ପ୍ରଧାନ, ଚିତ୍ରସେନ ପ୍ରଧାନ, ରବିଦଳ ବେହେରା, ଇରାନ ପ୍ରଧାନ, ଯୁବ ସମାଜସେବୀ ଚିତ୍ରସେନ ଦଳବେହେରାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଦାବିପତ୍ରରେ ଉଲ୍ଲେଖିତ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ଓ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ଦାବି କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0