ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଅଫିସ ଘେରିଲା ଜିଲ୍ଲା ଆଦିବାସୀ ସଂଘ

ନୂଆପଡା : ଆଜି ନୂଆପଡା ଜିଲ୍ଲା ଆଦିବାସୀ ସଂଘର ସଭାପତି ଭାନୁ ମାଝୀଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ମାନେ ଏକତ୍ରୀତ ହୋଇ ତାଙ୍କ ପାରମ୍ପାରିକ ବେଶଭୂଷା,ହାତ ହତିଆର ଓ ବାଦ୍ୟ ଯନ୍ତ୍ର ସହିତ ଏକ ବିଶାଳ ଗ୍ୟାଲିରେ ବାହାରି ଜିଲ୍ଲାପାଳ ଅଫସ ଘେରାଓ କରି ରାଜପଥ ୩୫୩କୁ ଅବରୋଧ କରି ବିଭିନ୍ନ ନାରାବାଜୀ କରି ଭିକ୍ଷୋବ ପ୍ରଦର୍ଶନ କରିଥିଲେ । ସୂଚନା ମତେ ଗତ ତା୨୭/୦୮/୨୦୨୪ରିଖ ମଙ୍ଗଳ ବାର ଦିନ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳ ନୂଆପଡାଙ୍କ ଜରିଆରେ ବିକ୍ଷୋଭ ସଭା ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଭିନ୍ନ ସମସ୍ୟା ଉପରେ ଜଣାଇଥିଲେ । ହେଲେ ଦିର୍ଘ ୪ମାସ କାଳ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏବି ସମସ୍ୟାର ସମାଧାନ ହୋଇନାହିଁ । ତେଣୁ ଆଦିବାସୀ ସମାଜ ମଧ୍ୟରେ ବ୍ୟାପକ ଅସନ୍ତୋଷ ଲାଗିରହିଛି । ଫଳରେ ଆଦିବାସୀ ମାନଙ୍କର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କର ପ୍ରତି ଆସୁ ବିଶ୍ବାସ ଓ ଭରସା ଯେପରି ବଜାୟ ରହିବ ଏବଂ ସେମାନେ ନିଜକୁ ହୀନ ମନେ କରିବେ ନାହିଁ,ସେଥିପ୍ରତି ସରକାର ଦୃଷ୍ଟି ଦେଇ ସେମାନଙ୍କ ସାମ୍ବିଧାନିକ ନ୍ୟାର୍ଯ୍ୟ ଅଧିକାର ଓ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଏବଂ ଜିଲ୍ଲାପାଳ ନୂଆପଡାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୪ମାସ ପୂର୍ବରୁ ଦେଇଥିବା ୫ଦଫା ସମ୍ମିଲିତ ଦାବିକୁ ତୁରନ୍ତ ପୁରଣ କରିବା ପାଇଁ ପୁଣିଥରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ଏହି ଦାବି ପୂରଣ ନହୁଏ ତେବେ ଜିଲ୍ଲାରେ ଅଖଚକ ବନ୍ଦ ହୋଇ ଜିଲ୍ଲାରେ ହୁ ହୁ ନିଆଁ ଜଳିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






