।। ବିପ୍ପଦଜନକ ଅବସ୍ଥାରେ ଟ୍ରାନ୍ସଫର୍ମର,ଲୋକେ ଭୟଭୀତ ।।

Jul 26, 2024 - 18:59
 0  111
।। ବିପ୍ପଦଜନକ ଅବସ୍ଥାରେ ଟ୍ରାନ୍ସଫର୍ମର,ଲୋକେ ଭୟଭୀତ ।।

ବରୀ-୨୫/୦୭/ଟାଟା ପାୱାର ତରଫରୁ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ସହ ଲୋକମାନଙ୍କ ସୁରକ୍ଷା ପାଇଁ ସ୍ଥଳ ବିଶେଷ ରେ ଅତ୍ୟାଧୁନିକ ପଦ୍ଧତି ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି।କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବରୀ ବିଦ୍ୟୁତ ବିଭାଗ ଅଧିନସ୍ଥ ବାଲିବିଲ ଗ୍ରାମରେ ଥିବା ଏକ ଟ୍ରାନ୍ସଫର୍ମର ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଏହା ଉପରେ ବିଦ୍ୟୁତ ବିଭାଗ ନଜର ଦେଉନଥିବାର ଦେଖିବାକୁ ମିଳିଛି।ବିଶେଷ କରି ଏହି ଟ୍ରାନ୍ସଫର୍ମର ଠାରୁ ମଣିକ ଛକ ପର୍ଯ୍ୟନ୍ତ ୧୧ କେଭି ବିଦ୍ୟୁତ ତାର ଗୁଡିକ ଆସ୍ତରଣ ବିହୀନ ହୋଇଥିବା ଓ ବାରମ୍ବାର ଛିଣ୍ଡି ପଡିବା ଯୋଗୁଁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।ଏଠାରେ ପ୍ରଶ୍ନ ଉଠେ ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ ଦେୟ ଆଦାୟ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଭଳି ବିପଦଜନକ ଅବସ୍ଥାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ସୁରକ୍ଷା ଗାର୍ଡ ୱାଲ ନିର୍ମାଣ କରା ନ ଯିବା ଏବଂ ୧୧ କେଭି ର ତାର କୁ କେବୁଲ କରାଯିବାକୁ ନେଇ ଗ୍ରାମବାସୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ପ୍ରକାଶ ଥାଉକି ଏହି ଟ୍ରାନ୍ସଫର୍ମର ନିକଟରୁ ମାତ୍ର ୫୦ ମିଟର ଦୂରରେ ଗତବର୍ଷ ଅଙ୍ଗାଳୋ ପଂଚାୟତ ଢ଼ିଅବାରିଙ୍ଗି ଗ୍ରାମର ଯୁବକ ମାନେ ଗଣେଶ ଙ୍କ ମୂର୍ତ୍ତି ନେଇ ଯାଉଥିବା ବେଳେ ବିଦ୍ୟୁତ ତାର ଲାଗି ଜଣେ ଯୁବକ ଙ୍କର ପ୍ରାଣହାନି ଘଟିଥିଲା।ବିଦ୍ୟୁତ ବିଭାଗର ଉପଭୋକ୍ତା ମାନେ ଦେୟ ପୈଠ ନ କଲେ ତାଙ୍କୁ ତାଗିଦ କରିବା ଓ ସ୍ଥଳ ବିଶେଷରେ ବିଦ୍ୟୁତ କାଟ କରିବାର ନଜିର ରହିଛି।ବାରମ୍ବାର ଏହି ଟ୍ରାନ୍ସଫର୍ମର ଠାରୁ ମଣିକ ଛକ ପର୍ଯ୍ୟନ୍ତ ଥିବା ୧୧ କେଭି ତାର ଛିଣ୍ଡି ରାସ୍ତାରେ ପଡ଼ୁଥିବାରୁ ବିଦ୍ୟୁତ ବିଭାଗ ଅସ୍ଥାୟୀ ଭାବେ ମରାମତି କରି ନୀରବତା ଅବଲମ୍ବନ କରୁଛି।ଘଟଣାକୁ ଗୁରୁତ୍ୱ ଦେଇ ଟ୍ରାନ୍ସଫର୍ମର ନିକଟରେ ଗାର୍ଡ ୱାଲ ନିର୍ମାଣ କରିବା ଓ ବିପଦଜନକ ଅବସ୍ଥାରେ ଥିବା ତାର ଗୁଡିକୁ କେବୁଲ କରାଯାଇ ସ୍ଥାୟୀ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ